33.1 C
Bhubaneswar
Tuesday, September 29, 2026
Homeଓଡିଶାପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଯାଇଥିଲେ, ପୋଖରୀରେ ବୁଡି ପ୍ରାଣ ହରାଇଲେ । ଏହି ମର୍ମନ୍ତୁଦ ଘଟଣା ଯୋଗୁଁ ସମସ୍ତ ଅଞ୍ଚଳରେ ଶୋକର ପରିବେଶ ଖେଳିଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନରଣଗଡ ଅଞ୍ଚଳରେ । ମୃତ ଛାତ୍ରଙ୍କ ନାଁ ଅର୍ଣ୍ଣ ସାହୁ ଏବଂ ସେ ଦଶମ ଶ୍ରେଣୀରେ ଛାତ୍ରଥିବା ନେଇ ସ୍ପଷ୍ଟ ହୋଇଛି । ତାଙ୍କ ଘର ବାଲିପାଟଣା ବାରିଲୋ ଗାଁରେ । ସେ ବାଲିପାଟଣା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିଲେ । ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ପାଇଁ ଖୋର୍ଦ୍ଧା ନରଣଗଡ ଯାଇଥିଲେ । ସକାଳୁ ଗାଧୋଇବା ବେଳେ ସେ ପୋଖରୀରେ ବୁଡି ଯାଇଥିଲେ । ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ଅକାଳ ବିୟୋଗକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅର୍ଣ୍ଣବ ଜଣେ ମେଧାବୀ ଛାତ୍ର ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking