31.1 C
Bhubaneswar
Tuesday, September 29, 2026
Homeଓଡିଶାଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ମୋଟ ୭ଟି ସ୍ଥାନରେ ରେଡ୍ ଚାଲିଛି ।ସମ୍ବଲପୁର ଧନକୌଡାର ସନ୍ ସିଟି ଆପାର୍ଟମେଣ୍ଟର ୩-ବିଏଚ୍‌କେ ଫ୍ଲାଟ, ଭୁବନେଶ୍ୱର ନନ୍ଦନ ବିହାରର ଡୁପ୍ଲେକ୍ସ ଏବଂ ବାରକୁଡାସ୍ଥିତ ଏକ କୋଠାରେ ଚଢ଼ାଉ ହେଉଛି । ଏହାସହ ପୁରୀ ବାଲିଗୁଆଲି, ଖୋର୍ଦ୍ଧା ବାଲୁଗାଁର ସୁବାଷ ମାର୍ଗ ଓ ଅଶୋକ ନଗରସ୍ଥିତ ଦୁଇଟି କୋଠା ସମେତ ସମ୍ବଲପୁରସ୍ଥିତ କାରଖାନା ଓ ବଏଲର୍ସ କାର୍ଯ୍ୟାଳୟର ତାଙ୍କ ଚାମ୍ବରରେ ମଧ୍ୟ ତଲାସ ଚାଲିଛି । ଭିଜିଲାନ୍ସ ପକ୍ଷରୁ ତଲାସ ଶେଷ ହେବା ପରେ ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking