31.1 C
Bhubaneswar
Tuesday, September 29, 2026
Homeଦେଶ ବିଦେଶବହି ବିଭ୍ରାଟ: ପିଏମ୍‌ଓର ତଦନ୍ତ ନିର୍ଦ୍ଦେଶ

ବହି ବିଭ୍ରାଟ: ପିଏମ୍‌ଓର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ :  ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ଛପା ସମ୍ପର୍କିତ ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ପିଏମ୍‌ଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁସାରେ, ଓଡ଼ିଶା ସୂଚନାଧିକାର ଅଭିଯାନର ପ୍ରଦୀପ ପ୍ରଧାନ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ବହି ଛପାରେ ଅନିୟମିତତା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ । ଅଭିଯୋଗରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକ ପ୍ରକାଶନ ସହ ଜଡ଼ିତ ବିଭିନ୍ନ ଅନିୟମିତତା ନେଇ ପ୍ରଶ୍ନ ଉଠାଯାଇଥିଲା ।ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପିଏମ୍‌ଓ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ଏହାର ତଦନ୍ତ କରିବାକୁ କୁହାଯାଇଛି । ଏହାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ଛପା ସମ୍ପର୍କିତ ଅଭିଯୋଗର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking