ଭଦ୍ରକ: ମୁକୁଳା ଡ୍ରେନ୍ ନେଲା ଜୀବନ । କେନାଲ ଡିଭିଜନ ଅଫିସ ଭିତର ଡ୍ରେନରେ ପଡି ଜଣେ ମୃତ । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ।ରିପୋର୍ଟ ଅନୁସାରେ, ଜଣେ ଯୁବକ ସଜନା ଗଛରୁ ଶାଗ ତୋଳିବା ପାଇଁ ଯାଇଥିଲେ । ଏହି ସମୟରେ ସେ ଡ୍ରେନରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି । ସହରାଞ୍ଚଳ ଥାନା ଅଧୀନ ବାଇପାସ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ ଏହି ଘଟଣା ଘଟିଛି ।ମୃତକ ହେଲେ ସ୍ଥାନୀୟ ସାଳନ୍ଦୀ କଲୋନୀ ବାସିନ୍ଦା ଅକ୍ଷୟ ପ୍ରଧାନ । ସେ ଅଫିସ ପରିସରରେ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ମୁକୁଳା ଡ୍ରେନରେ ଖସି ପଡିଥିବା କୁହାଯାଉଛି । ଡ୍ରେନରେ ଢାଙ୍କୁଣି ନଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହେଉଛି। ଭଦ୍ରକ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିବା ସହ ପୋଲିସ ତଦନ୍ତ ଜାରି ରଖିଛି ।










