31.1 C
Bhubaneswar
Tuesday, September 29, 2026
Homeଓଡିଶାଆଜି ବିଶ୍ୱ ହୃତପିଣ୍ଡ ଦିବସ: ‘ଡୋଣ୍ଟ ମିସ୍‌ ଏ ବିଟ୍’ ଚଳିତ ବର୍ଷର ଥିମ

ଆଜି ବିଶ୍ୱ ହୃତପିଣ୍ଡ ଦିବସ: ‘ଡୋଣ୍ଟ ମିସ୍‌ ଏ ବିଟ୍’ ଚଳିତ ବର୍ଷର ଥିମ

ଭୁବନେଶ୍ୱର: ଆଜି ବିଶ୍ୱ ହୃତପିଣ୍ଡ ଦିବସ । ଦିନକୁ ଦିନ ବିଶ୍ୱରେ ବୃଦ୍ଧି ପାଉଥିବା ହାର୍ଟ ଜନିତ ସମସ୍ୟା, ହୃଦଘାତ ମୃତ୍ୟୁ ଆଦିକୁ ନେଇ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ୱାର୍ଲ୍ଡ ହାର୍ଟ ଡେ ଭାବେ ପାଳନ କରାଯାଉଛି । ବିଶ୍ୱ ସ୍ଥାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ହୃତପିଣ୍ଡ ଫେଡେରେସନ ପୂର୍ବତନ ସଭାପତି ଆଣ୍ଟୋନି ବାଇ ଡେ ଲୁନାଙ୍କ ମିଳିତ ପ୍ରୟାସରେ ୧୯୯୯ ମସିହାରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । ପ୍ରଥମ ହୃତପିଣ୍ଡ ଦିବସ ୨୦୦୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୨ ମସିହାରୁ ସେପ୍ଟେମ୍ବର ୨୯ ତାରିଖକୁ ୱାର୍ଲ୍ଡ ହାର୍ଟ ଡେ ଭାବେ ପାଳନ କରିବାକୁ ସ୍ଥିର କରାଗଲା । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପ୍ରାୟ ୩୧ ପ୍ରତିଶତ ମୃତ୍ୟୁ କେବଳ ହୃଦରୋଗ ଯୋଗୁଁ ହେଉଛି । ବିଶେଷକରି ଗରିବ ଓ ବିକାଶଶୀଳ ଦେଶଗୁଡିକରେ ସଚେତନତା ଅଭାବରୁ ପ୍ରାୟ ୭୫ ପ୍ରତିଶତ ମୃତ୍ୟୁ ହୃଦରୋଗ ଯୋଗୁଁ ହେଉଛି । ଏଥିପାଇଁ ଲୋକଙ୍କୁ ହୃଦରୋଗ ବିଷୟରେ ସଚେତନତା ଅଭାବରୁ ପ୍ରାୟ ୭୫ ପ୍ରତିଶତ ମୃତ୍ୟୁ ହୃଦରୋଗ ଯୋଗୁଁ ହେଉଛି । ଏଥିପାଇଁ ଲୋକଙ୍କୁ ହୃଦରୋଗ ବିଷୟରେ ସଚେତନ କରେଇବାକୁ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ବିଶ୍ୱ ହୃତପିଣ୍ଡ ଦିବସର ଥିମ ରହିଛି- ଡୋଣ୍ଟ ମିସ ଏ ବିଟ ଅର୍ଥାତ ପ୍ରତିଟି ସ୍ପନ୍ଦନ ପ୍ରତି ଧ୍ୟାନ ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking