33.1 C
Bhubaneswar
Tuesday, September 29, 2026
Homeଦେଶ ବିଦେଶଟ୍ରାପ୍ ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ଭାରତର ନୀରୁ ଧଣ୍ଡା

ଟ୍ରାପ୍ ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ଭାରତର ନୀରୁ ଧଣ୍ଡା

ନୂଆଦିଲ୍ଲୀ: ସୁଟିଂରେ ଭାରତକୁ ଆଉ ଏକ ବଡ଼ ସଫଳତା । ୨୦୨୬ ଏସିଆନ ଗେମ୍ସର ମହିଳା ଟ୍ରାପ୍ ସୁଟିଂ ଏକକ ଇଭେଣ୍ଟରେ ଭାରତର ନୀରୁ ଧଣ୍ଡା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ସଫଳତା ସହ ନୀରୁ ଏସିଆନ ଗେମ୍ସର ମହିଳା ଟ୍ରାପ୍ ଏକକ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ସୁଟର ହୋଇଛନ୍ତି । ଫାଇନାଲରେ ନୀରୁ ଧଣ୍ଡା ୩୦ଟି ସଟ୍‌ରୁ ୨୮ଟିରେ ନିଖୁଣ ଲକ୍ଷ୍ୟଭେଦ କରିଥିଲେ। ତାଙ୍କର ୨୮ ସଫଳ ସଟ୍‌ ଏସିଆନ ଗେମ୍ସର ଏହି ଇଭେଣ୍ଟରେ ନୂଆ ଏସିଆନ ରେକର୍ଡ ବୋଲି ରିପୋର୍ଟ ହୋଇଛି ।

ନୀରୁଙ୍କ ଏହି ସ୍ୱର୍ଣ୍ଣ କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ଭାରତୀୟ ସୁଟିଂ ଇତିହାସରେ ମଧ୍ୟ ଏକ ନୂଆ ଅଧ୍ୟାୟ। ଏହି ପଦକ ସହ ଭାରତ ୨୦୨୬ ଏସିଆନ ଗେମ୍ସରେ ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ କରିଛି। ମୋଟ ପଦକ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ ଭାରତ ୫ ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୨୧ କାଂସ୍ୟ ସହ ପଦକ ତାଲିକାରେ ଏକାଦଶ ସ୍ଥାନରେ ରହିଛି । ଟ୍ରାପ୍ ସୁଟିଂରେ ଭାରତ ପାଇଁ ଏହା ଦୀର୍ଘ ବ୍ୟବଧାନ ପରେ ଏକ ବଡ଼ ସଫଳତା। ପୂର୍ବରୁ ୧୯୭୮ ଏସିଆନ ଗେମ୍ସରେ ପୁରୁଷ ଟ୍ରାପ୍ ଇଭେଣ୍ଟରେ ରଣଧୀର ସିଂ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking