33.1 C
Bhubaneswar
Tuesday, September 29, 2026
Homeଓଡିଶାମାଥିଲି ବ୍ଲକ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ ଗିରଫ

ମାଥିଲି ବ୍ଲକ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍‌ରେ କାର୍ଯ୍ୟରତ ତଥା DRDA, ମାଲକାନଗିରିକୁ ସଂଲଗ୍ନ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କୁ ଆଜି ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ।ଶିଶିର କୁମାର ଦାଶଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସି ବେଳେ ତାଙ୍କ ନିକଟରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏଥିରେ ୯,୩୦୦ ବର୍ଗଫୁଟ୍‌ ଅଞ୍ଚଳରେ ନିର୍ମିତ ୨ଟି ବହୁତଳ କୋଠା, ୬ଟି ଦାମୀ ପ୍ଲଟ୍‌, ୮୨ ଲକ୍ଷ ଟଙ୍କାର ଜମା, ଗୋଟିଏ ଚାରିଚକିଆ ଗାଡ଼ି ଆଦି ରହିଛି। ଏହି ସମ୍ପତ୍ତିଗୁଡ଼ିକର ଉତ୍ସ ସମ୍ପର୍କରେ ଶିଶିର କୁମାର ଦାଶ ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଏହି ଘଟଣାରେ ଶିଶିର କୁମାର ଦାଶଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking