33.1 C
Bhubaneswar
Tuesday, September 29, 2026
Homeଓଡିଶାହାତୀ ଆକ୍ରମଣରେ ଚାଷୀ ମୃତ

ହାତୀ ଆକ୍ରମଣରେ ଚାଷୀ ମୃତ

କାମାକ୍ଷାନଗର: ଧାନ ବିଲରେ ଚାଷ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି। ପରଜଙ୍ଗ ବ୍ଲକ କେନ୍ଦୁପଶି ଗାଁରେ ମଙ୍ଗଳବାର ସକାଳେ ଘଟିଥିବା ଏହି ଘଟଣା ଅଞ୍ଚଳରେ ହାତୀ-ମଣିଷ ସଂଘାତର ଗମ୍ଭୀରତାକୁ ପୁଣିଥରେ ପଦାକୁ ଆଣିଛି। ମୃତକ ହେଲେ କେନ୍ଦୁପଶି ଗାଁର ବୁଲୁ ମହାରଣା (୬୦)।ସୂଚନା ଅନୁଯାୟୀ, ବୁଲୁ ମଙ୍ଗଳବାର ସକାଳୁ ନିଜ ଧାନ ବିଲକୁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ ହଠାତ୍ ଏକ ହାତୀ ତାଙ୍କ ନିକଟକୁ ଆସି ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking