33.1 C
Bhubaneswar
Tuesday, September 29, 2026
Homeଓଡିଶାକୋରାପୁଟରେ ଭୂସ୍ଖଳନ: ୪ ଟ୍ରେନ୍ ବାତିଲ

କୋରାପୁଟରେ ଭୂସ୍ଖଳନ: ୪ ଟ୍ରେନ୍ ବାତିଲ

କୋରାପୁଟ: କୋରାପୁଟରେ ଭୂସ୍ଖଳନ । ମାଟି ଅତଡ଼ା ଧସିବା ଯୋଗୁଁ ୪ଟି ଟ୍ରେନ୍‌ ବାତିଲ ହୋଇଛି । କୋରାପୁଟରୁ ଚାଲିବ ଜଗଦଲପୁର ଏକ୍ସପ୍ରେସ। ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪ଟି ଟ୍ରେନ୍‌କୁ ଦୁଇଦିନ ପାଇଁ ବାତିଲ କରାଯାଇଥିବାବେଳେ ୨ଟି ଟ୍ରେନ୍‌ର ଚଳାଚଳରେ ପରିବର୍ତ୍ତନ କରାଯାଇଛି । ୫୮୫୦୨ କିରନ୍ଦୁଲ-ବିଶାଖାପାଟଣା ପାସେଞ୍ଜର ଏବଂ ୧୮୫୧୬ କିରନ୍ଦୁଲ-ବିଶାଖାପାଟଣା ଏକ୍ସପ୍ରେସ ୩୦ ସେପ୍ଟେମ୍ବର ଓ ୧ ଅକ୍ଟୋବରରେ ବାତିଲ ରହିବ। ସେହିପରି ଫେରନ୍ତା ୫୮୫୦୧ ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଓ ୧୮୫୧୫ ବିଶାଖାପାଟଣା-କିରନ୍ଦୁଲ ଏକ୍ସପ୍ରେସ ମଧ୍ୟ ୩୦ ସେପ୍ଟେମ୍ବର ଓ ୧ ଅକ୍ଟୋବରରେ ବାତିଲ କରାଯାଇଛି।

ଅନ୍ୟପକ୍ଷରେ ୧୮୪୪୭ ଭୁବନେଶ୍ୱର-ଜଗଦଳପୁର ଏକ୍ସପ୍ରେସ ୨୯ ଓ ୩୦ ସେପ୍ଟେମ୍ବରରେ ଜଗଦଳପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରନ୍ତା ୧୮୪୪୮ ଜଗଦଳପୁର-ଭୁବନେଶ୍ୱର ଏକ୍ସପ୍ରେସ ୩୦ ସେପ୍ଟେମ୍ବର ଓ ୧ ଅକ୍ଟୋବରରେ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଯାତ୍ରୀମାନେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ଯାତ୍ରା କରିବାକୁ ରେଳପଥ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking