31.1 C
Bhubaneswar
Monday, September 28, 2026
HomeଓଡିଶାMMDR ଆଇନ ବିରୋଧରେ ଆସନ୍ତାକାଲି କଂଗ୍ରେସର ବିଧାନସଭା ଘେରାଉ

MMDR ଆଇନ ବିରୋଧରେ ଆସନ୍ତାକାଲି କଂଗ୍ରେସର ବିଧାନସଭା ଘେରାଉ

ଭୁବନେଶ୍ୱର: ଏମ୍‌ଏମ୍‌ଡିଆର୍‌ ଆଇନକୁ ନେଇ ଓଡ଼ିଶାରେ ବିରୋଧ ତୀବ୍ର ହେବାରେ ଲାଗିଛି। ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ପ୍ରସଙ୍ଗକୁ ନେଇ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଏମ୍‌ଏମ୍‌ଡିଆର୍‌ ଆଇନର ବିରୋଧ କରି ରାଜ୍ୟର ହକ୍‌ ପାଇଁ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଆସନ୍ତାକାଲି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ନେଇ କଂଗ୍ରେସ ପୂର୍ବରୁ ଘୋଷଣା କରିଥିଲା । କଂଗ୍ରେସର ଅଭିଯୋଗ ଅନୁସାରେ, ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ଆଇନ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଓ ଖଣି ଅଞ୍ଚଳର ଲୋକଙ୍କ ଅଧିକାର ଉପରେ ପ୍ରଭାବ ପକାଇପାରେ।ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣରେ ବ୍ୟବହାର ହେବା ଉଚିତ ବୋଲି ଦଳ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking