31.1 C
Bhubaneswar
Monday, September 28, 2026
Homeଓଡିଶାବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

ଭୁବନେଶ୍ୱର : ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ବୁଝନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।ସୁରେଶ ପୂଜାରୀ କହିଛନ୍ତି, ବିରୋଧୀ ଦଳର ପ୍ରତିବାଦ କରିବା ଓ ନିଜ ପ୍ରସଙ୍ଗ ଉଠାଇବାର ଅଧିକାର ରହିଛି । ଏମ୍‌ବିବିଏସ୍‌, ପାଠ୍ୟପୁସ୍ତକ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାରେ ଆପତ୍ତି ନାହିଁ । କିନ୍ତୁ କେଉଁ ପ୍ରସଙ୍ଗ କେତେବେଳେ ଉଠାଯିବ, ତାହା ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।୨୬ଟି ଜିଲ୍ଲା ବନ୍ୟା ପରିସ୍ଥିତିରେ ପ୍ରଭାବିତ ଥିବାରୁ ବର୍ତ୍ତମାନ ବନ୍ୟା ପ୍ରସଙ୍ଗରେ ଆଲୋଚନା ପ୍ରାଥମିକତା ହେବା ଦରକାର ବୋଲି ସେ କହିଛନ୍ତି । ବିଧାନସଭାରେ ବନ୍ୟା ନେଇ ଆଲୋଚନା ହେଲେ କେଉଁଠି ସରକାରୀ ସହାୟତା ପହଞ୍ଚିପାରିନାହିଁ ଏବଂ କେଉଁଠି ଆହୁରି ସହାୟତା ଆବଶ୍ୟକ, ତାହା ଜଣାପଡ଼ିବ । ଏହାଦ୍ୱାରା ସେହି ଅଞ୍ଚଳରେ ଶୀଘ୍ର ସହାୟତା ପହଞ୍ଚାଇହେବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking