ନୂଆଦିଲ୍ଲୀ :ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି । ସେପ୍ଟେମ୍ବର ୨୮ରୁ ୩୦ ତାରିଖ ଯାଏଁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ବା ୟୁଏଫ୍ବିୟୁ । ତେବେ ଗତକାଲି IBA ଓ UFBU ମଧ୍ୟରେ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ନେଇ ରାଷ୍ଟ୍ରାୟତ୍ତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । ବ୍ୟାଙ୍କ ଧର୍ମଘଟ ହେବାକୁ ଥିବାରୁ ଗତକାଲି ରବିବାର ହୋଇଥିଲେ ମଧ୍ୟ ଅନେକ ବ୍ୟାଙ୍କ ଖୋଲା ରହିଥିଲା । ଅନ୍ୟ ଦିନ ଭଳି ଆର୍ଥିକ କାରବାର ମଧ୍ୟ ସ୍ୱାଭାବିକ ରହିଥିଲା ।










