31.1 C
Bhubaneswar
Monday, September 28, 2026
Homeଓଡିଶାବିଜେଡିକୁ ମନମୋହନଙ୍କ ଟାର୍ଗେଟ

ବିଜେଡିକୁ ମନମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର: MMDRକୁ ନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱସମ୍ପନ୍ନ ଆଚରଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ୍‌ ବୋଲି ସେ କହିଛନ୍ତି ।ମନମୋହନ କହିଛନ୍ତି, ବିଜେଡି ସବୁବେଳେ ବିରୋଧ କରିଆସିଛି । GST ଲାଗୁ ହେବା ସମୟରେ ମଧ୍ୟ ଦଳ ବିରୋଧ କରୁଥିଲା ବୋଲି ସେ ଦାବି କରିଛନ୍ତି । ଖଣି ଓ ରାଜସ୍ୱ ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ବିଜେଡି ପକ୍ଷରୁ ଆପତ୍ତି ଉଠାଯାଇଥିବା ସେ କହିଛନ୍ତି । ମନମୋହନଙ୍କ କହିବା ଅନୁସାରେ, ୨୦୧୪ ପରେ କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ନେଇ ଓଡ଼ିଶା କ୍ଷତି ସହିବ ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଥିଲେ। ଏବେ ରାଜ୍ୟକୁ ଖଣି କ୍ଷେତ୍ରରୁ ଅଧିକ ରାଜସ୍ୱ ମିଳୁଛି ବୋଲି ସେ ଦାବି କରିଛନ୍ତି। ତେବେ ଏହି ଦାବିଗୁଡ଼ିକ ନେଇ ନିର୍ଦ୍ଦିଷ୍ଟ ହିସାବ ଓ ତଥ୍ୟ ଦେବା ଆବଶ୍ୟକ ବୋଲି ମନମୋହନ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking