ଢେଙ୍କାନାଳ: ଢେଙ୍କାନାଳରେ ପୁଣି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁଘଟିଥିବା ଖବର ଆସିଛି । ହାତୀପଲ ବାରମ୍ୱାର ଗାଁମୁହାଁ ହେଉଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ହାତୀ । ମିଳିଥିବା ସୂଚନା ଅନୁଯାୟୀ ଗତ ସନ୍ଧ୍ୟାରେ ନିଜ ଧାନ ଜମି ଦେଖିବାକୁ ଯାଇଥିଲେ ବାଲିମି ଥାନା ପାଟଲା ଗାଁର ବିଷ୍ଣୁ । ସେ ବହୁତ ସମୟ ଧରି ଘରକୁ ନଫେରିବାରୁ ଘର ଲୋକ ଖୋଜା ଖୋଜି ଆରମ୍ଭ କରିଥିଲେ । ହେଲେ ରାତି ହୋଇଯିବାରୁ ନିରାଶ ହୋଇ ଫେରିଆସିଥିଲେ । ଆଜି ସକାଳୁ ଏକ ମୃତ ଶରୀର ଧାନ ଜମିରୁ ଠାବ ହେବା ପାଟଲା ଗାଁର ବିଷ୍ଣୁ ନାଏକଙ୍କ ଘର ଲୋକଙ୍କୁ ଶବ ଚିହ୍ନଟ କରିବା ପାଇଁ ଡକାଯାଇଥିଲା । ତେବେ ଘରଲୋକ, ମୃତ ବ୍ୟକ୍ତି ଜଣକ ବିଷ୍ଣୁ ନାଏକ ବୋଲି ଚିହ୍ନଟ କରିଥିଲେ ।ଏବେ ଗାଁ ପାଖରେ ଅଛନ୍ତି ଦଳେ ହାତୀ । ଗାଁ ଲୋକେ ଭୟଭୀତ ଥିବା ବେଳେ ବିଳମ୍ବରେ ବନ ବିଭାଗ କର୍ମଚାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।










