31.1 C
Bhubaneswar
Monday, September 28, 2026
Homeଦେଶ ବିଦେଶଚାରିଧାମ ଯାତ୍ରା ପୁଣି ଆରମ୍ଭ: ଭୂସ୍ଖଳନ ପରେ ଚିରବାସାରୁ ୧,୫୦୦ ତୀର୍ଥଯାତ୍ରୀ ଉଦ୍ଧାର

ଚାରିଧାମ ଯାତ୍ରା ପୁଣି ଆରମ୍ଭ: ଭୂସ୍ଖଳନ ପରେ ଚିରବାସାରୁ ୧,୫୦୦ ତୀର୍ଥଯାତ୍ରୀ ଉଦ୍ଧାର

ଡେରାଡୁନ: ପାଣିପାଗ ସ୍ଥିତିରେ ଉନ୍ନତି ପରେ ଚାରିଧାମ ଯାତ୍ରା ସୋମବାରଠାରୁ ପୁଣି ଆରମ୍ଭ ହୋଇଛି। ଗଡ଼ୱାଲ କମିସନର୍‌ ଆନନ୍ଦ ସ୍ବରୂପ ଚାରିଧାମ ଯାତ୍ରା ଆରମ୍ଭ ନେଇ ସମସ୍ତ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ବରୂପ କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ଜାରି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁରକ୍ଷା ପାଇଁ ଚାରିଧାମ ଯାତ୍ରା ସେପ୍ଟେମ୍ବର ୨୬ ତାରିଖ ଅପରାହ୍ଣରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।ପାଣିପାଗ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରା ପୁଣି ଆରମ୍ଭ କରାଯାଇଛି। ରବିବାର ବିଳମ୍ବିତ ରାତିରେ କେଦାରନାଥ ମାର୍ଗରେ ଚିରବାସା ନିକଟରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ପ୍ରାୟ ୧,୫୦୦ ତୀର୍ଥଯାତ୍ରୀଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବାହିନୀ (ଡିଡିଆର୍‌ଏଫ୍‌)ର ମିଳିତ ଦଳ ଦ୍ୱାରା ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଗୌରୀକୁଣ୍ଡକୁ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking