ଭୁବନେଶ୍ୱର: ବଡ ବର୍ଷା ନେଇ ସତର୍କ କରାଇଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଆସନ୍ତା ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ ୱାର୍ଣ୍ଣିଂ ଜାରି ରହିଛି । ୨୪ ଓ ୨୫ ତାରଖ ପାଇଁ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବେ । ୨୨ ତାରିଖ ଦିନ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ଭିତରେ ମାତ୍ର ୧୩.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଋଷିକୂଲ୍ୟା ଓ ବଂଶଧାରାରେ ଜଳସ୍ତର ବହୁତ କମ ରହିଛି । ସମସ୍ୟା ନାହିଁ ।କିନ୍ତୁ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ଯାଏଁ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗର , ଓଡିଶାର ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ କୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ଟ୍ରଲରରେ କାମ କରୁଥିବା ଶ୍ରମିକ ଜୀବନକୁ ବାଜି ଲଗାଇ ସମୁଦ୍ର ଭିତରକୁ ଯିବେ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।










