ଭୁବନେଶ୍ୱର: ୨୮ ଲକ୍ଷ ୪୨ ହଜାର ଆବାସ ହିତାଧିକାରୀ ପାଇବେ ପକ୍କା ଘର । କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ ଅନୁମୋଦନ ମିଳିଛି । ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଉତ୍ତର ରଖି କହିଛନ୍ତି, ୩୮ ଲକ୍ଷ ୮୯ ହଜାର ୨୩୪ ହିତାଧିକାରୀଙ୍କ ସର୍ଭେ କରାଯାଇଥିଲା । ଶୂନ୍ୟକାଳରେ ଚାଲିଛି ଗୃହ କାର୍ଯ୍ୟ । ବିଧାୟକ, ବିଧାୟିକାଙ୍କ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ବିରୋଧୀଙ୍କ ହଟ୍ଟଗୋଳ ନେଇ ପ୍ରଥମେ ୧ଟା ୧୦ ଯାଏଁ ମୁଲତବୀ କରାଯାଇଥିଲା ପରେ ୪ ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢୀ ।










