32.1 C
Bhubaneswar
Thursday, September 17, 2026
Homeଓଡିଶାସୁଭଦ୍ରାକୁ ପୂରିଲା ୨ ବର୍ଷ: ସନ୍ଧ୍ୟା ସାଢ଼େ ୬ଟାରେ ଜଳିବ ଦୀପ

ସୁଭଦ୍ରାକୁ ପୂରିଲା ୨ ବର୍ଷ: ସନ୍ଧ୍ୟା ସାଢ଼େ ୬ଟାରେ ଜଳିବ ଦୀପ

ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନାକୁ ୨ ବର୍ଷ ପୂରିଛି । ଏହି ଅବସରରେ ସନ୍ଧ୍ୟା ସାଢ଼େ ୬ଟାରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏନେଇ ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । କହିଛନ୍ତି, ଆଜି ସୁଭଦ୍ରାଙ୍କ ପାଇଁ ଦୀପ ଜାଳିବେ ସୁଭଦ୍ରା ହିତାଧିକାରୀ । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ, ଅଙ୍ଗନବାଡ଼ି ଅଫିସରେ ହେବ ରଙ୍ଗୋଲି କାର୍ଯ୍ୟକ୍ରମ । ଗତ ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଦୁଇ ବର୍ଷରେ ହିତାଧିକାରୀଙ୍କୁ ୨୫ ହଜାର ୮ଶହ କୋଟି ଟଙ୍କା ଦିଆଯାଇଛି । ଏପ୍ରିଲ ମାସରେ ହିତାଧିକାରୀଙ୍କ ପାଇଁ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବ। ନୂଆ ହିତାଧିକାରୀ ନିଜ ନାଁ ରେଜିଷ୍ଟ୍ରେସନ୍‌ କରିପାରିବେ। ୨୧ ବର୍ଷ ହୋଇଥିବା ଯୁବତୀ ଏଥିପାଇଁ ଆବେଦନ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking