32.1 C
Bhubaneswar
Friday, October 9, 2026
Homeଓଡିଶାଅବଢା ପରେ ଆସିବ ନୂଆ ଯୋଜନା: ମନ୍ତ୍ରୀ

ଅବଢା ପରେ ଆସିବ ନୂଆ ଯୋଜନା: ମନ୍ତ୍ରୀ

ଭୁବନେଶ୍ୱର: ଆହୁରି ଶ୍ରୀସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ପୁରୀ । ଏନେଇ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ପ୍ରକଳ୍ପ ପାଇଁ ଅତିରିକ୍ତ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଜଗନ୍ନାଥ ମନ୍ଦିର ନିକଟସ୍ଥ ଜଗନ୍ନାଥ ବଲ୍ଲଭ ସମେତ ଅସମ୍ପୁର୍ଣ୍ଣ କାର୍ଯ୍ୟଗୁଡିକୁ ଖୁବଶୀଘ୍ର ସମ୍ପୁର୍ଣ୍ଣ କରାଯିବ । ଅବଢା ଯୋଜନା ସହିତ ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସୂଚନାୀ ଅନୁସାରେ, ମନ୍ଦିର ସମ୍ପର୍କରେ ଭବିଷ୍ୟତର ବିକାଶ ମୂଳକ ପ୍ରକଳ୍ପ ଏହି ଯୋଜନା ଅଧୀନରେ କରାଯିବ । ଭକ୍ତଙ୍କ ପାଇଁ ଉନ୍ନତ ସୁବିଧା , ପର୍ଯ୍ୟଟକଙ୍କ ପାଇଁ ଅଧିକ ବ୍ୟବସ୍ଥା ଏବଂ ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ଉପରେ ଦିଆଯିବ ଗୁରୁତ୍ୱ । ୨୦୨୯ ଯାଏ ଜାରି ରହିବ ଏହି କାର୍ଯ୍ୟ । ନିର୍ଦ୍ଧାରିତ ସମୟ ମଧ୍ୟରେ ୯୦ ପ୍ରତିଶତ କାମ ଶେଷ କରିବାକୁ ରହିଛି ଲକ୍ଷ୍ୟ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking