30.1 C
Bhubaneswar
Monday, October 12, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାରରେ ବୋମାମାଡ଼

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାରରେ ବୋମାମାଡ଼

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀ ବିହାରରେ ଉତେଜନା । ବିଳମ୍ବିତ ରାତିରେ ବୋମା ମାଡ଼ ହୋଈଛି ।  ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଗତ କାଲି ରାତି ପ୍ରାୟ ସାଢେ ୧୧ଟାରେ କ୍ୟାମ୍ପସରେ ବୋମା ଫୁଟିବା ପରି ପ୍ରଚଣ୍ଡ ଶବ୍ଦ ହୋଇଥିଲା । କ୍ୟାମ୍ପନିଙ୍ଗ ସମୟରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି ।  ଯାହାକୁ ନେଇ ୧ ନମ୍ବର ଛାତ୍ରାବାସ ଆଗରେ ହୋହାଲ୍ଲା କରିଥିଲେ ଛାତ୍ର ।ପରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଘେରିଥିଲା ବିଜୁ ଛାତ୍ର ଜନତା ଦଳ । ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନ ରତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ ଡିସିପି ।  ଛାତ୍ର ବିଜେଡି ତରଫରୁ ଡିସିପିଙ୍କୁ ଏକ ଦାବି ପତ୍ର ମଧ୍ୟ ଦିଆ ଯାଇଛି ।  ପରେ ଡିସିପି ଏକ ନମ୍ୱର ହଷ୍ଟେଲ ଯାଇ ବୋମା ଶବ୍ଦ ଆସିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗିରହିଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking