30.1 C
Bhubaneswar
Monday, October 12, 2026
Homeଦେଶ ବିଦେଶସୁନା ଖଣି ଉପରେ ଏୟାର ଷ୍ଟ୍ରାଇକ୍‌: ୭୨ ଶ୍ରମିକଙ୍କ ମୃତ୍ୟୁ

ସୁନା ଖଣି ଉପରେ ଏୟାର ଷ୍ଟ୍ରାଇକ୍‌: ୭୨ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସୁଦାନରେ ଏକ ସୁନା ଖଣି ଉପରେ ହୋଇଥିଭା ଏୟାରଷ୍ଟ୍ରାଇକରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ସୁଦାନ ଏବଂ ମିଶର ମଧ୍ୟରେ ଥିବା ବିବାଦୀୟ ସୀମା ନିକଟରେ ଏୟାରଷ୍ଟ୍ରାଇକ ହୋଇଥିବା କୁହାଯାଉଛି । ଇମରଜେନ୍ସି ଲୟାର୍ସ ନାମକ ଏକ ସଂଗଠନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି , ଏୟାଷ୍ଟ୍ରାଇକ ଇଜିପ୍ଟର ବାୟୁସେନା ଦ୍ୱାରା କରାଯାଇଥିଲା । ତେବେ ସଂଗଠନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି । ଏୟାଷ୍ଟ୍ରାଇକ ଇଜିପ୍ଟର ବାୟୁସେନା ଦ୍ୱାରା କରାଯାଇଥିଲା । ତେବେ ସଂଗଠନ ନିଜର ଦାବିକୁ ସମର୍ଥନ କରିବା ପାଇଁ କୌଣସି ସ୍ପଷ୍ଟ ପ୍ରମାଣ ପ୍ରଦାନ କରିନାହିଁ । ଇଜିପ୍ଟ ଏଯାଏଁ ଏହି ଘଟଣା ଉପରେ କୌଣସି ବିବୃତ୍ତି ଜାରି କରି ନାହିଁ । ବିମାନ ଆକ୍ରମଣରୁ ବଞ୍ଚିଯାଇଥିବା ଲୋକଙ୍କ ଅନୁସାରେ ସେମାନେ ଆକ୍ରମଣ ନେଇ ଭୟଭୀତ ହୋଇଯାଇଥିଲେ । ସେମାନେ ଭୟ କରିଥିଲେ ଯେ, ଆଉ ଏକ ବିମାନ ଆକ୍ରମଣ ହୋଇପାରେ । ତେଣୁ ସେମାନେ ପାହଡରେ ଲୁଚି ରହିଥିଲେ । ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ଲଢୁଆ ବିମାନ ଖଣି ଉପରେ ପାଞ ଥର ବୋମାମାଡ କରିଥିଲା । ଆକ୍ରମଣ ପରେ ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭୨ ବୋଲି କୁହାଯାଇଥିଲା । କିନ୍ତୁ ସ୍ଥାନୀୟ ସଂଗଠନଗୁଡିକ ଅନୁମାନ କରୁଛନ୍ତି ଯେ, ଆକ୍ରମଣ ସମୟରେ ହଜାରରୁ ଅଧିକ ଲୋକ ଭିନ୍ନ ଭିନ୍ନ ସ୍ଥାନରେ କାମ କରୁଥିଲେ । ତେଣୁ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି । କାମ କରୁଥିବା ଶ୍ରମିକ ଭୟରେ ଏଣେତେଣେ ଦୌଡି ପାଳାଇଥିଲେ । ରାସ୍ତାରେ ବହୁ ସଂଖ୍ୟକ କ୍ଷତବିକ୍ଷତ ମୃତଦେହ ପଡିରହିଥିବା ଗଣମାଧ୍ୟମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଜୁନ ମାସରେ ମିଶର ସୀମା ନିକଟସ୍ଥ ଜାବାଲ ଅଲ- ଉକାୟଦାତ ଅଞ୍ଚଳରେ ଏକ ଅଣଲାଇସେନ୍ସ ପ୍ରାପ୍ତ ସୁନା ଖଣି ଉପରେ ଏୟାରଷ୍ଟ୍ରାଇକ ହୋଇଥିଲା । ଆକ୍ରମଣ ପାଇଁ ମିଶରକୁ ଦାୟୀ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking