30.1 C
Bhubaneswar
Monday, October 12, 2026
Homeଓଡିଶାଧର୍ମଶାଳା ଏବିଇଓଙ୍କ ଘରେ ଭିଜିଲାନ୍ସ ରେଡ

ଧର୍ମଶାଳା ଏବିଇଓଙ୍କ ଘରେ ଭିଜିଲାନ୍ସ ରେଡ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ ଜୟଦେବ ଜେନାଙ୍କ ସହ ଜଡିତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଓଡିଶା ଭିଜିଲାନ୍ସ । ଏହି ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ, ବ୍ରହ୍ମପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ କରାଯାଉଛି । ଭୁବନେଶ୍ୱରର ପାତ୍ରପଡା ସ୍ଥିତ ୩ ମହଲା କୋଠା, ଗଞ୍ଜାମ ଜିଲ୍ଲାର ପି.ନୂଆଗାଁ ସ୍ଥିତ ଦୁଇ ମହଲା କୋଠା , ଗଞ୍ଜାମ ଜିଲ୍ଲାର ପି. ନୂଆଗାଁ ସ୍ଥିତ ଅନ୍ୟ ଏକ କୋଠଆ, ଗଞ୍ଜାମ ଜିଲ୍ଲାର ବୁରୁଝରିଠାରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର , ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ତାଙ୍କ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲାର ଜାରକା ସ୍ଥିତ ଭଡା ଘର, ଯାଜପୁର ଜିଲ୍ଲାର ଜାରକା ସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚଢାଉ କରାଯାଉଛି । ଏହି ଚଢାଉରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର , ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking