33.1 C
Bhubaneswar
Tuesday, October 6, 2026
Homeଓଡିଶାଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ : ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀରୁ ବିଶାଖାପାଟଣା ଦେଇ ରାଜନାଥ ସିଂ ସିଧାସଳଖ ସୁନାବେଡ଼ାର ଟିଟିଏସ୍‌ ହେଲିପ୍ୟାଡରେ ପହଞ୍ଚିବେ।ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରାଜନାଥ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ)ର ସୁନାବେଡ଼ା ଡିଭିଜନ ପରିଦର୍ଶନ କରିବେ। ଏଠାରେ ଶକ୍ତି ଇଞ୍ଜିନ ସମ୍ପର୍କିତ ନୂତନ ଉତ୍ପାଦନ ଓ ଭିତ୍ତିଭୂମି ସୁବିଧାର ଉଦ୍‌ଘାଟନ ସହ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଗସ୍ତ ସମୟରେ ରାଜନାଥ ସିଂ ଶକ୍ତି ଇଞ୍ଜିନ ଉତ୍ପାଦନ ଲାଇନ, ପ୍ରମୁଖ କାର୍ଯ୍ୟକ୍ଷମ ୟୁନିଟ୍‌ ଓ ରକ୍ଷଣାବେକ୍ଷଣ ସୁବିଧା ଯାଞ୍ଚ କରିବେ। ଏଥିସହ ସୁଖୋଇ-୩୦ ଏମ୍‌କେଆଇ ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହାଲର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ସହ ରାଜନାଥ ଆଲୋଚନା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking