29.1 C
Bhubaneswar
Friday, September 11, 2026
Homeଦେଶ ବିଦେଶ‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟନିବେଶବ୍ୟାଙ୍କ୍‌ ଜେଫ୍ରିଜ୍‌  ସେପ୍ଟେମ୍ବରରେ ପ୍ରକାଶ କରିଥିବା ଏହାର ରିପୋର୍ଟରେ ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଉପଲବ୍ଧିକୁ ଉଚ୍ଚପ୍ରଶଂସା କରିଛି । ବୃହତଘରୋଇବଜାର, ବେସରକାରୀ କ୍ଷେତ୍ରରଅଧିକରୁ ଅଧିକ ଅଂଶ ଗ୍ରହଣ ଏବଂଦୀର୍ଘସ୍ଥାୟୀ ନୀତିଗତ ସମର୍ଥନ କାରଣରୁ ‘‘ଭାରତରେଏକନୂତନଶିଳ୍ପବିପ୍ଳବ’’ ଆସିଥିବାସଂସ୍ଥାକହିଛି  ବିଶେଷକରି ମହାକାଶକ୍ଷେତ୍ରକୁ ବେସରକାରୀ ସଂସ୍ଥା ପାଇଁଖୋଲିବା, ଡାଟାସେଣ୍ଟର ପ୍ରତିଷ୍ଠା ନିମନ୍ତେ ଟିକସ କୋହଳ କରିବା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଏବଂ ସ୍ଥାନୀୟ ପଦକ୍ଷେପ ସହିତ ସରକାରୀ ଜିପିୟୁ କ୍ରୟ ଭଳି ପ୍ରୟାସ ଏସବୁ ଉଦୀୟମାନ କ୍ଷେତ୍ରରେ ପ୍ରଗତିକୁ ଆଗେଇ ନେଉଥିବା ଜେଫ୍ରିଜ୍‌ ରିପୋର୍ଟରେଉଲ୍ଲେଖକରାଯାଇଛି । ଜେଫ୍ରିଜ୍‌ କହିଛି, ମହାକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷମତା ଥିବା ବିଶ୍ୱର ହାତଗଣତି ଦେଶ ମଧ୍ୟରୁ ଭାରତ ଅନ୍ୟତମ । ସ୍କାଏରୁଟ୍‌, ପିକ୍ସେଲ ଓ ଅଗ୍ନିକୁଲ୍‌ ଭଳି ବେସରକାରୀ ସଂସ୍ଥା ବାଣିଜ୍ୟିକ ମହକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରସର ହେଉଥିବାରୁ ଏହି ମହାକାଶ ଅର୍ଥ ବ୍ୟବସ୍ଥା ୨୦୩୦ ସୁଦ୍ଧା ୫ ଗୁଣବୃଦ୍ଧିପାଇ ୪ ହଜାରରୁ ୪,୫୦୦ କୋଟିଡଲାରରେପହଞ୍ଚିବ ବୋଲି ଆଶା କରାଯାଉଛି।ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପ୍ରୋତ୍ସାହନ ନୀତିଗତ କାର୍ଯ୍ୟକାରିତାରୁ ପ୍ରାୟ ୨ ହଜାର କୋଟି ଡଲାର ନିବେଶରେ ରୂପାନ୍ତରିତ ହୋଇଛି ।ଗୋଟିଏ ଚିପ୍‌ ଫାବ୍‌ ନିର୍ମାଣାଧୀନ ରହିଥିବାବେଳେ ଏକାଧିକ ଓ ଏସଏଟି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭହୋଇଛି ।ଏହିକ୍ଷେତ୍ରରେଆହୁରିପ୍ରାୟ ୧୩ ଶହ କୋଟି ଡଲାର ମୂଲ୍ୟର ପ୍ରୋତ୍ସାହନ ଯୋଜନା ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଅଧିକ ମଜଭୁତକରିବ । ଅନୁରୂପଭାବେଗତପାଞ୍ଚବର୍ଷମଧ୍ୟରେଭାରତରଡାଟାସେଣ୍ଟରକ୍ଷମତା ୫ ଗୁଣବୃଦ୍ଧିପାଇ ୨ ଗିଗାୱାଟରେପହଞ୍ଚିଛିଏବଂଏହାଆସନ୍ତାପାଞ୍ଚବର୍ଷମଧ୍ୟରେ ୧୦ ଗିଗାୱାଟରେପହଞ୍ଚିବବୋଲିଆଶାକରାଯାଉଛି । ଫଳରେଶକ୍ତି, କୁଲିଂ, ନିର୍ମାଣଏବଂନେଟୱର୍କକ୍ଷେତ୍ରରେ ୪୫ ହଜାରକୋଟିଡଲାରନିବେଶସୁଯୋଗସୃଷ୍ଟିହେବ ।ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଭାରତ ଆସେମ୍ବ୍ଲିଠାରୁ ଆଗକୁ ବଢ଼ିଉ ଚ୍ଚମୂଲ୍ୟ ବୃଦ୍ଧି ଏବଂ ସରଞ୍ଜାମ ଉତ୍ପାଦନରେ ପ୍ରବେଶ କରିଛି ।ମୋବାଇଲ ସରଞ୍ଜାମ କ୍ଷେତ୍ରରେ ଘରୋଇ ମୂଲ୍ୟବୃଦ୍ଧି ୨୦% ରୁକମ୍‌ ଥିବାବେଳେଏହା ଆସନ୍ତା ୬ ବର୍ଷରେ ୫୦%ରେ ପହଞ୍ଚିବାର ଆଶା କରାଯାଉଛି ।

ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌର ପିଭି ନିର୍ମାତା ।ଦେଶର କାର୍ଯ୍ୟକ୍ଷମ ସେଲ୍ କ୍ଷମତା ପ୍ରାୟ ୩୫ଗିଗାୱାଟଥିବାବେଳେ ଆଉ ପ୍ରାୟ ୧୦୦ ଗିଗାୱାଟନିର୍ମାଣାଧୀନରହିଛି। ୨୦୩୦ସୁଦ୍ଧା ମୂଲ୍ୟ ଶୃଙ୍ଖଳାର ପ୍ରାୟ ୯୦% ସ୍ଥାନୀୟଉତ୍ପାଦନହେବବୋଲିଜେଫ୍ରିଜ୍‌ ପକ୍ଷରୁଆକଳନକରାଯାଇଛି ।ଭାରତ ବିଶ୍ୱ ଏରୋସ୍ପେସ୍ ଚାହିଦା-ଯୋଗାଣ ଅସନ୍ତୁଳନର ଏକ ଲାଭାର୍ଥୀ ଭାବରେ ଉଭା ହେଉଛି । ଏହା ମୂଲ୍ୟପ୍ରତିଯୋଗିତାମୂଳକ ଉତ୍ପାଦନ ଏବଂ ଇଞ୍ଜିନିୟରିଂ ପ୍ରତିଭା ଦ୍ୱାରା ସମର୍ଥିତ। ବୋଇଂ ଓ ଏୟାରବସ୍ ପୂର୍ବରୁ ଭାରତରୁ ବାର୍ଷିକ ୧୪୦ରୁ ୧୬୦ କୋଟିଡଲାରସାମଗ୍ରୀଆମଦାନୀକରୁଛନ୍ତି ।ଅନ୍ୟପଟେ ଭାରତୀୟ ଫାର୍ମଗୁଡ଼ିକ ବିଶ୍ୱର ଓଇଏମଏବଂ ଟିୟର-୧ କମ୍ପାନୀଗୁଡ଼ିକୁ ଯୋଗାଣ କରୁଛନ୍ତି।ଭାରତରେ ଘରୋଇ କ୍ଷେତ୍ରରେ ରହିଥିବା ବ୍ୟାପକ ସୁଯୋଗ, ବେସରକାରୀ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଏବଂ ସରକାରଙ୍କ ସହଯୋଗ ଫଳରେ ନୂତନ ଉଦ୍ୟୋଗର ବିସ୍ତାରକୁ ଜେଫ୍ରିଜ୍‌ ରିପୋର୍ଟରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ଦ୍ୱାରା ଘରୋଇ ସାମର୍ଥ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା କ୍ଷମତା ବଢ଼ିବ ବୋଲି ସଂସ୍ଥା କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking