28.1 C
Bhubaneswar
Thursday, September 10, 2026
Homeଦେଶ ବିଦେଶଦିଲ୍ଲୀ ପରେ ଗୁଜୁରାଟ ଗାନ୍ଧୀନଗରରେ ଭୁଷୁଡିଲା ବିଲ୍ଡିଂ

ଦିଲ୍ଲୀ ପରେ ଗୁଜୁରାଟ ଗାନ୍ଧୀନଗରରେ ଭୁଷୁଡିଲା ବିଲ୍ଡିଂ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ଗୁଜୁରାଟ ଗାନ୍ଧୀନଗରରେ ଭୁଷୁଡିଲା ବିଲ୍ଡିଂ । ନିର୍ମାଣଧୀନ ବାଣିଜ୍ୟିକ କମ୍ପେ୍ଲକ୍ସର ଏକ ଅଂଶ ଭାଙ୍ଗି ପଡିଛି । ଅତି କମରେ ୧୫ ଜଣ ଫସିଥିବା ଆଶଙ୍କା । ବୁଧବାର ସନ୍ଧ୍ୟାରେ ଗାନ୍ଧୀନଗର ସ୍ଥିତ କୁଦାସନରେ ଏକ ନିର୍ମାଣଧୀନ ବାଣିଜ୍ୟିକ ଭବନର ସ୍ଲାବ ଭାଙ୍ଗି ପଡିବା ପରେ ପ୍ରାୟ ୧୫ ଜଣ ଶ୍ରମିକ ଧବଳ ତଳେ ଫସିଥିବା ଆଶଙ୍କା କରାଯାଉଛି । ଫାୟାର ବ୍ରିଗେଡ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଛି । ବାଣିଜ୍ୱିକ କମ୍ପେ୍ଲକ୍ସଟି ତୃତୀୟ ମହଲା ଯାଏଁ ନିର୍ମାଣ ହୋଇଥିଲା । ଘଟଣାଟି ପ୍ରାୟ ରାତି ୯.୧୫ଟା ବେଳେ – ଘଟିଥିଲା । ଯେତେବେଳେ ଶ୍ରମିକମାନେ କାର୍ଯ୍ୟସ୍ଥଳରେ କାମ କରୁଥିଲେ ଏବଂ ତୃତୀୟ ମହଲାର ସ୍ଲାବ ହଠାତ ଭାଙ୍ଗି ପଡି ଭବନର ଏକ ଅଂଶ ଭାଙ୍ଗି ପଡିଥିଲା । ସ୍ଥାନୀୟ ଲୋକମାନେ ପ୍ରଥମେ ପହଞ୍ଚି ଧବଳ ତଳୁ ୪ ଜଣ ଶ୍ରମିକଙ୍କୁ ବାହାର କରିଥିଲେ । ପରେ ଫାୟାର ବ୍ରିଗେଡ ଦଳ ଆସି ଆଉ ୪ ଜଣଙ୍କୁ ଉଦ୍ଧାର କରି ଗାନ୍ଧୀ ନଗର ସିଭିଲ ହସ୍ପିଟାଲକୁ ପଠାଇଥିଲେ । ଫାୟାର ବ୍ରିଗେଡ ବ୍ୟାପକ ସର୍ଚ୍ଚ- ଏଣ୍ଡ- ରେସ୍କ୍ୟୁ ଅଭିଯାନ ଆରମ୍ଭ କରି ଭାଙ୍ଗି ପଡିଥିବା ସ୍ଲାବ କାଟି ଧବଳ ହଟାଇ ଫସିଥିବା ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking