30.1 C
Bhubaneswar
Tuesday, September 15, 2026
Homeଓଡିଶାଅନୁଗୋଳରେ ଜଘନ୍ୟ କାଣ୍ଡ: ପେଟ୍ରୋଲ ଢ଼ାଳି ପୋଡ଼ିଦେଲେ ଦୁଇଟି ଦୋକାନ

ଅନୁଗୋଳରେ ଜଘନ୍ୟ କାଣ୍ଡ: ପେଟ୍ରୋଲ ଢ଼ାଳି ପୋଡ଼ିଦେଲେ ଦୁଇଟି ଦୋକାନ

ଅନୁଗୋଳ: ଅନୁଗୋଳ ସଦର ଥାନା ନୂଆମୌଜା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଗୋଟିଏ ରାସନ ଦୋକାନ ଓ ଗୋଟିଏ ଡାଇନାମା ଦୋକାନକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଛନ୍ତି । ଏହି ଅଗ୍ନିକାଣ୍ଡରେ ଗୋଟିଏ ଟାଟା ଇଣ୍ଡିକା କାର ଓ ଗୋଟିଏ ଜେସିବି ମେସିନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । କୁମୁଦ ନାୟକ ଓ ସାଗର ପ୍ରଧାନଙ୍କ ମାଲିକାନାରେ ଥିବା ଏହି ଦୁଇଟି ଦୋକାନକୁ କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇଁ ଅନୁଗୋଳ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲା । ଏହାସହ ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking