33.1 C
Bhubaneswar
Tuesday, September 15, 2026
Homeଓଡିଶାଦେଶର ୫ମ ସବୁଠୁ ମହଙ୍ଗା ରାଜ୍ୟ ଓଡ଼ିଶା

ଦେଶର ୫ମ ସବୁଠୁ ମହଙ୍ଗା ରାଜ୍ୟ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ବଜାର ମହଙ୍ଗା । ୫.୫ ପ୍ରତିଶତ ଡେଇଁଲା ମୁଦ୍ରାସ୍ଫୀତି, ଯାହା ଜାତୀୟ ହାରଠୁ ଅଧିକ। ଗ୍ରାମାଞ୍ଚଳରେ ଦରଦାମ୍‌ ଚାପ ଅଧିକ। ଓଡ଼ିଶା ଏବେ ଦେଶର ଅନ୍ୟତମ ମହଙ୍ଗା ବଜାରରେ ପରିଣତ ହୋଇଛି । ଦରଦାମ୍‌ରେ ଲଗାତାର ବୃଦ୍ଧି ପରିପ୍ରେକ୍ଷୀରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ରହି ଅଗଷ୍ଟ ମାସରେ ୫.୫ ପ୍ରତିଶତ ଛୁଇଁଛି । ଏହା ଦେଶର ୪.୮୨% ମୁଦ୍ରାସ୍ଫୀତି ତୁଳନାରେ ୦.୭୦% ଅଧିକ। ତେଲେଙ୍ଗାନା, ତାମିଲନାଡୁ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ପଛକୁ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ହେବାର ଅଲୋଡ଼ା ରେକର୍ଡ କରିଛି । ହାରାହାରି ଭାବେ ଦେଶର ଗ୍ରାହକମାନଙ୍କ ତୁଳନାରେ ଓଡ଼ିଶାର ଗ୍ରାହକମାନେ ବିଭିନ୍ନ ଜିନିଷକୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି ।ଗତ ଜୁଲାଇରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ %ରହିଥିଲା । ସେହି ତୁଳନାରେ ଅଗଷ୍ଟରେ ସେଥିରେ ୦.୬୯%ବୃଦ୍ଧି ହୋଇଛି। ୨୦୨୬ ଜାନୁଆରି ପରଠାରୁ ରାଜ୍ୟର ମୁଦ୍ରାସ୍ଫୀତିରେ ୧.୮୭% ବୃଦ୍ଧି ହୋଇସାରିଲାଣି ଯାହା ଦେଶରେ ସର୍ବାଧିକ । ଗତ ଜାନୁଆରିରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୯୫% ରହିଥିଲା । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ରାଜ୍ୟର ଗ୍ରାମୀଣ ମୁଦ୍ରାସ୍ଫୀତି ୫.୯୦% ଓ ସହରାଞ୍ଚଳରେ ୪.୪୭% ରହିଛି । ଦେଶର ବିଭିନ୍ନ ଗ୍ରାମାଞ୍ଚଳ ତୁଳନାରେ ଓଡ଼ିଶାର ଗ୍ରାମୀଣ ଖାଉଟିଙ୍କ ଉପରେ ଦରଦାମ୍‌ର ଚାପ ଅନ୍ୟତମ ସର୍ବାଧିକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking