30.1 C
Bhubaneswar
Saturday, September 12, 2026
Homeଓଡିଶାବାଲେଶ୍ୱରରେ DGP ବିନୟତୋଷ ମିଶ୍ରଙ୍କ ସମୀକ୍ଷା

ବାଲେଶ୍ୱରରେ DGP ବିନୟତୋଷ ମିଶ୍ରଙ୍କ ସମୀକ୍ଷା

ବାଲେଶ୍ୱର: ବାଲେଶ୍ୱର ଗସ୍ତରେ ପୁଲିସ ଡିଜି ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବୈଠକରେ ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା 3 ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ଆଇନଶୃଙ୍ଖଳା ସ୍ଥିତି ଓ ଆଗାମୀ ପାର୍ବଣ ପାଇଁ ସୁରକ୍ଷା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି।ବୈଠକରେ ଏଡିଜି-ଆଇନଶୃଙ୍ଖଳା ସଞ୍ଜୟ କୁମାର ଓ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ତିନି ଜିଲ୍ଲାର ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୁଲିସର ପ୍ରସ୍ତୁତି ସମ୍ପର୍କରେ ଡିଜିପି ସମୀକ୍ଷା କରିଥିଲେ।ବିଶେଷକରି ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପାର୍ବଣ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସକୁ ଆଗୁଆ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking