ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।ଏହି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ବିଶେଷଜ୍ଞଙ୍କ ସହ କେନ୍ଦ୍ରୀୟ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି। ଓରାଙ୍ଗଉଟାନମାନଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ଗତିବିଧି ଉପରେ ବିଶେଷଜ୍ଞ ଟିମ୍ ନଜର ରଖିଛନ୍ତି।
ପରୀକ୍ଷା ସମୟରେ ଓରାଙ୍ଗଉଟାନମାନଙ୍କ ମଳ ଓ ମୂତ୍ର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଏଥିସହ ସେମାନଙ୍କ ଖାଦ୍ୟଗ୍ରହଣ, ଚଳପ୍ରଚଳ, ଆଚରଣ ଓ ଅନ୍ୟାନ୍ୟ ଗତିବିଧିକୁ ମଧ୍ୟ ବିଶେଷଜ୍ଞମାନେ ପରଖିବେ। ଏହା ମାଧ୍ୟମରେ ଓରାଙ୍ଗଉଟାନମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ।ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ଓରାଙ୍ଗଉଟାନମାନଙ୍କ ଯତ୍ନ ଓ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷଜ୍ଞଙ୍କ ଯାଞ୍ଚ ଓ ପରୀକ୍ଷା ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।










