33.1 C
Bhubaneswar
Monday, October 5, 2026
Homeଓଡିଶାକଥା ଦେଇ କଥା ରଖିଲେ ବିଜେପି ସରକାର: ଅଭିଳାଷ ପଣ୍ଡା

କଥା ଦେଇ କଥା ରଖିଲେ ବିଜେପି ସରକାର: ଅଭିଳାଷ ପଣ୍ଡା

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ପ୍ରତିକ୍ରିୟା । କଥା ଦେଇ କଥା ରଖିଲେ ବିଜେପି ସରକାର ବୋଲି କହିଛନ୍ତି ଅଭିଳାଷ।ବିଜେପି ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଏହି ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି ଅଭିଳାଷ । ପୂର୍ବ ସରକାର ସମୟରେ ଷଡଯନ୍ତ୍ର କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ନ ହେବାରୁ ଛାତ୍ରଛାତ୍ରୀଙ୍କ ସ୍ୱର ପ୍ରଶାସନ ପାଖରେ ପହଞ୍ଚି ପାରୁନଥିଲା। ଏବେ ନିର୍ବାଚନ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ସ୍ୱର ସରକାର ଓ ପ୍ରଶାସନ ପାଖରେ ପହଞ୍ଚିବ ବୋଲି କହିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ର ନେତୃତ୍ୱ ସୃଷ୍ଟି ପାଇଁ ବାଟ ଖୋଲିଥିବାରୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି । ସେହିପରି କଂଗ୍ରେସ ଛାତ୍ର ନିର୍ବାଚନ କଥା କହୁଥିଲା, କିନ୍ତୁ ଏବେ ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି ବୋଲି ଅଭିଳାଷ କହିଛନ୍ତି । ନିର୍ବାଚନ ପୂର୍ବରୁ କାହିଁକି ଅସ୍ତ୍ର ପକାଇ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking