24.1 C
Bhubaneswar
Monday, November 16, 2026
Homeଓଡିଶାତେଲକୋଇ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ତେଲକୋଇ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଜୋରଦାର କରିଛି ପୁଲିସ । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଜଣେ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଟିମ୍‌ଗୁଡ଼ିକ କାର୍ଯ୍ୟ କରୁଛନ୍ତି ।କେନ୍ଦୁଝର ଏସ୍‌ପିଙ୍କ ସୂଚନା ଅନୁସାରେ, ଗତ ୧୦ ତାରିଖରେ ଏହି ଘଟଣା ଘଟିଥିଲା । ପ୍ରଥମେ ପରିବାର ଲୋକେ ଏହାକୁ ଦୁର୍ଘଟଣା ବୋଲି କହି ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ୧୫ ତାରିଖରେ ପୀଡ଼ିତାଙ୍କ ସମ୍ପର୍କୀୟ ଦିଅର ଦୁଷ୍କର୍ମ ଓ ମରଣାନ୍ତକ ଆକ୍ରମଣ ନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ଅପରାହ୍ନରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking