23.1 C
Bhubaneswar
Tuesday, October 27, 2026
Homeଓଡିଶାକୋଟିଆ ବିବାଦ: ନବୀନଙ୍କୁ ମୋହନଙ୍କ ଚିଠି

କୋଟିଆ ବିବାଦ: ନବୀନଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ୱର: ତୁଟୁନି କୋଟିଆ ବିବାଦ । ବାକ ଯୁଦ୍ଧ ପରେ ଏବେ ଚିଠିରେ ପ୍ରଶ୍ନର ଉତ୍ତର ରଖାଯାଉଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ନବୀନଙ୍କ ୧୯ ଅକ୍ଟୋବରର ଚିଠିର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୩୬ ରେ ଓଡିଶା ଗଠନ ହେବା ପରଠାରୁ କୋଟିଆ ଗ୍ରାମପୁଞ୍ଜ ରାଜ୍ୟର ଅବିଚ୍ଛେଦ୍ୟ ଅଂଶ । ଓଡିଶାର ଭୌଗୋଳିକ ଅଖଣ୍ଡତା ଓ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ । କୋଟିଆ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଆଇନଗତ ଓ ସାମ୍ବିଧାନିତ ଉପାୟରେ ସମାଧାନ କରିବା ଆବଶ୍ୟକ । କୋଟିଆ ଓ ଆଖପାଖ ଅଞ୍ଚର ସମନ୍ୱିତ ବିକାଶ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିସହ ଅଞ୍ଚଳର ବିକାଶ ଓ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଦୀର୍ଘଦିନର ଏହି ବିବାଦର ସମାଧାନ ପାଇଁ ନବୀନବାବୁ ଗଠନମୂଳକ ପରାମର୍ଶ ଦିଅନ୍ତୁ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କିଛଇ ଦିନ ତଳେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । ଏହି ଚିଠିରେ ଆନ୍ଧ୍ର ଅନୁପ୍ରବେଶ କଥା ଉଲ୍ଲେଖ କରିବା ସହ କୋଟିଆର ସର୍ବାଙ୍ଗୀନ ବିକାଶ କଥାକୁ ଦର୍ଶାଇଥିଲେ ନବୀନ । ଯାହା ଉତ୍ତର ଚିଠିରେ ଏବେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking