ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଡାକିଲେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଅପରାହ୍ନ ୪ଟାରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି ଓ ୧୬ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏହି ବୈଠକରେ ମୁକାବିଲା ନେଇ ପ୍ରସ୍ତୁତ ହୋଇଥିଲା ରୋଡ୍ ମ୍ୟାପ୍ । ସମ୍ଭାବ୍ୟ ବାତ୍ୟାର ଗତିପଥ, ଏହାର ପ୍ରଭାବକୁ ନେଇ ବି ଆଲୋଚନା ହୋଇଥିଲା। ରାଜସ୍ବ ମନ୍ତ୍ରୀ କହିଛନ୍ତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି, ଲୋକେ ଭୟଭୀତ ହୁଅନ୍ତୁ ନାହିଁ । ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅତି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ରେଡ ଜୋନରେ ରଖାଯାଇଛି । ୨୬ରୁ ବର୍ଷା ହେବ, ୨୭ ତାରିଖ ପାଇଁ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଅବପାତ କେଉଁଠି ଲ୍ୟାଣ୍ଡଫଲ କରିବ ଆଇଏମଡି ସ୍ପଷ୍ଟ କରିନାହିଁ । ଆକଳନ ଅନୁସାରେ କାକିନାଡା- ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ । ଓଡିଶା ଅତିକ୍ରମ କରି ଛତିଶଗଡ ଦେଇ ଝାଡଖଣ୍ଡ ଯିବ ।










