30.1 C
Bhubaneswar
Friday, October 23, 2026
Homeଓଡିଶାବିଦ୍ୟାଭାରତୀଙ୍କୁ ଆଗୁଆ ଜାମିନ ଆବେଦନରେ ମିଳିଲାନି ଅନ୍ତରୀଣ ସୁରକ୍ଷା

ବିଦ୍ୟାଭାରତୀଙ୍କୁ ଆଗୁଆ ଜାମିନ ଆବେଦନରେ ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ସେ ଦାଖଲ କରିଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି। ଏଥିସହ ମାମଲାର କେସ୍ ଡାଏରୀ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟଙ୍କ ଛୁଟି ଖୋଲିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେଣୁ ଆଗାମୀ ଶୁଣାଣିରେ ଅଦାଲତ କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।ପୂର୍ବରୁ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ଆଗୁଆ ଜାମିନ ପାଇଁ ଆବେଦନ କରିବାର ସୁଯୋଗ ଦେଇଥିଲେ।ଏହାପରେ ନିମ୍ନ ଅଦାଲତରେ ହାଜର ହେବା ପାଇଁ ବିଦ୍ୟାଭାରତୀ ଅଧିକ ସମୟ ଲୋଡ଼ିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି ଅକ୍ଟୋବର ୩୦ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଅନୁମତି ଦେଇଥିଲେ।ଆଗୁଆ ଜାମିନ ଆବେଦନରେ ଅନ୍ତରୀଣ ସୁରକ୍ଷା ନ ମିଳିବା ପରେ ବିଦ୍ୟାଭାରତୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା ବଢ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking