30.1 C
Bhubaneswar
Friday, October 23, 2026
Homeଓଡିଶାବୈତରଣୀ ନଦୀରେ ଗା‌ଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ

ବୈତରଣୀ ନଦୀରେ ଗା‌ଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ାସ୍ଥିତ ବୈତରଣୀ ନଦୀରେ ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଅଘଟଣ ଘଟିଛି। ଗୋଡ଼ ଖସି ଯିବାରୁ ନଦୀରେ ବୁଡ଼ି ନିଖୋଜି ହୋଇଥିବା ଦୁଇ ଯୁବକଙ୍କ ମୃତଦେହ ଭିନ୍ନଭିନ୍ନ ସମୟରେ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଜୁରୁଡି ପେଣ୍ଠେଇ ବସ୍ତିର ସନାତନ ପେଣ୍ଠେଇ।

ସୂଚନା ଅନୁସାରେ ଜୁରୁଡି ପେଣ୍ଠେଇ ବସ୍ତିର ୬ଜଣ ଯୁବକ  ବୈତରଣୀ ନଦୀସ୍ଥିତ ପଯ୍ୟଟନ ସ୍ଥଳୀକୁ ଯାଇଥିଲେ। ଏହି ଯୁବକ ଗୋଷ୍ଠୀରେ  ସନାତନ ପେଣ୍ଠେଇ ମଧ୍ୟ ଥିଲେ। ସେଠାରେ ସମସ୍ତେ ଗାଧୋଇବା ସମୟରେ ସନାତନ ଏବଂ ତାଙ୍କର ଜଣେ ଅନ୍ୟ ସାଙ୍ଗଙ୍କ ଗୋଡ ଖସି ଯିବାରୁ କିଛି ଦୂର ପର୍ଯ୍ୟନ୍ତ ସେ ଭାସିଯାଇ ଥିଲେ। ଏହି ସମୟରେ ସେ ତାଙ୍କୁ ଉଦ୍ଧାର କରିବା ପାଇଁ ସାଙ୍ଗମାନେ ଚେଷ୍ଟା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନେ ବୁଡି ଯାଇ ନିଖୋଜ ହୋଇଯାଇ ଥିଲେ।

ଏନେଇ ବାମେବାରୀ ପୁଲିସକୁ ଖବର ଦେବା ପରେ ପୁଲିସ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପରେ  ସନାତନ ପେଣ୍ଠେଇଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ମୃତଦେହ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସେହିପରି ସମାନ ସ୍ଥାନରୁ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking