ଭୁବନେଶ୍ୱର: ସିଜେପିକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗକୁ ନେଇ କଡା ଭାଷାରେ ନବୀନଙ୍କୁ ସମାଲୋଚନା କଲେ ମନମୋହନ ସାମଲ । କହିଲେ, ଦିଗ ହରା ହୋଇ ଦିଶା ହୀନ ଭାବେ ବୁଲୁଛନ୍ତି ବିରୋଧୀ ଦଳ ନେତା । କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ଜାଣି ପାରୁନାହାନ୍ତି । ଦେଶ ବିରୋଧୀ କାର୍ଯ୍ୟରେ ଯିଏ ଅଛନ୍ତି, ସେ ବିଷୟରେ ମୁହଁ ଖୋଲିବା ଉଚିତ ନୁହେଁ । ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନକୁ ହଜମ କରିବେନି ରାଜ୍ୟବାସୀ । ଦେଶରେ ରହି ଦେଶ ବିରୋଧରେ କହିଲେ କେହି ହଜମ କରିବେ ନାହିଁ । କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଭାବୁଛନ୍ତି ।










