25.1 C
Bhubaneswar
Wednesday, October 21, 2026
Homeଓଡିଶାମା’ଙ୍କ ଅନ୍ତିମ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼: ସନ୍ଧ୍ୟାରେ ରାବଣପୋଡ଼ି

ମା’ଙ୍କ ଅନ୍ତିମ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼: ସନ୍ଧ୍ୟାରେ ରାବଣପୋଡ଼ି

ଭୁବନେଶ୍ବର : ଆଜି ପବିତ୍ର ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ରାଜ୍ୟବ୍ୟାପୀ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହେଉଛି । ରାଜଧାନୀ ଭୁବନେଶ୍ବର ଓ ଐତିହାସିକ ସହର କଟକ ସମେତ ସାରା ଓଡ଼ିଶାର ପୂଜା ମଣ୍ଡପଗୁଡ଼ିକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ମା’ ଦୁର୍ଗାଙ୍କ ଦଶଦିନିଆ ପୂଜାରାଧନା ପରେ ଆଜି ମା’ ମେଲାଣି ନେବାର ଶେଷ ଦିନ । ଜଗତଜନନୀ ମା’ଙ୍କ ଅନ୍ତିମ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳୁଛି । ସକାଳୁ ଜୟ ଦୁର୍ଗା ଧ୍ବନି, ମନ୍ତ୍ରପାଠ ଓ ଘଣ୍ଟ-ଶଙ୍ଖର ନାଦରେ ଗଗନ-ପବନ ମୁଖରିତ ହୋଇଉଠିଛି । ମଣ୍ଡପଗୁଡ଼ିକରେ ମା’ଙ୍କ ସିନ୍ଦୂର ଖେଳ ଏବଂ ବିଶେଷ ପୂଜାର୍ଚ୍ଚନା କରାଯିବ । ବିଜୟା ଦଶମୀର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ‘ରାବଣପୋଡ଼ି’ ଉତ୍ସବ । ସନ୍ଧ୍ୟା ସମୟରେ ଅସୁରରାଜ ରାବଣର ପ୍ରତିମା ଦହନ କରାଯିବ । ଏହା ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଭୁବନେଶ୍ବରର ୯ଟି ସ୍ଥାନରେ ଏବଂ କଟକର ବାଲିଯାତ୍ରା ପଡ଼ିଆ ସମେତ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ରାବଣପୋଡ଼ି ଓ ଆତସବାଜିର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking