ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ବିତ୍ପାତ ଜାରି ରହିଛି । ଏହାର ପ୍ରଭାବ ଯାତାୟତ ବ୍ୟବସ୍ଥା ଉପରେ ମଧ୍ୟ ପଡିଛି । ଦକ୍ଷିଣ ଓଡିଶାର ବିଭିନ୍ନ ରୁଟକୁ ବସ ଚଳାଚଳ ବନ୍ଦ ରହିଥିବାର ସୂଚନା ମିଳିଛି । ସେପଟେ ବାତ୍ୟା ପ୍ରଭାବରେ ୨୮ଟି ଟ୍ରେନ ବାତିଲ ହୋଇଥିବା ବେଳେ ବିଶାଖାପାଟ୍ଟଣାମକୁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଯାତ୍ରୀମାନଙ୍କ ଯାତାୟତରେ ସମସ୍ୟା ଦେଖାଦେଇଛି ।










