26.1 C
Bhubaneswar
Wednesday, October 28, 2026
Homeଓଡିଶାଜେନେରେଟର ଗ୍ୟାସ୍‌ରେ ଶ୍ୱାସରୁଦ୍ଧ: ୨ ଯୁବକ ମୃତ, ୩ ଗୁରୁତର

ଜେନେରେଟର ଗ୍ୟାସ୍‌ରେ ଶ୍ୱାସରୁଦ୍ଧ: ୨ ଯୁବକ ମୃତ, ୩ ଗୁରୁତର

ବାଂଶପାଳ: ଲକ୍ଷ୍ମୀପୂଜା ଚାଲିଥିବା ବେଳେ ରାତିରେ ଜେନେରେଟର ଚଲାଇ ଗୋଟିଏ ଘରେ ଶୋଇଥିଲେ ୫ ଯୁବକ। ରାତିରେ ଜେନେରେଟର ଗ୍ୟାସରେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ। ସକାଳୁ କବାଟ ନ ଖୋଲିବାରୁ ଗାଁଲୋକେ ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲକୁ ନେଇଥିଲେ।  ମେଡିକାଲ ନେବା ବାଟରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡୁଙ୍ଗ ଗାଁରେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତକ ସୁଡୁଙ୍ଗ ଗାଁର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ। ଗୁରୁତର ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ, ନିରଦାଶ ଦେହୁରୀ।  5 ଜଣଙ୍କ ମଧ୍ୟରୁ 4 ନାବାଳକ ଥିବା ଜଣାପଡିଛି। ଘଟଣା ସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ତଦନ୍ତ କରୁଛି। ଗୁରତର ୩ଜଣଙ୍କ ଅବସ୍ଥା ସଂକଟପନ୍ନ ଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking