26.1 C
Bhubaneswar
Wednesday, October 28, 2026
Homeଦେଶ ବିଦେଶଫ୍ଲାଏଦୁବାଇ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜାଏଦ-୨’

ଫ୍ଲାଏଦୁବାଇ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜାଏଦ-୨’

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ୧୮ ମାସ ପରେ ପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛି। ନଭେମ୍ବର ୨୦ ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସଭ୍ୟତା ସଂଳାପ ଫୋରମ୍ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନକୁ ଡକାଇଛି। ଭାରତ ପକ୍ଷରୁ ପାକିସ୍ତାନ ସମେତ ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରଙ୍କୁ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ସଦସ୍ୟମାନଙ୍କ ମଧ୍ୟରେ ଚୀନ୍, ରୁଷିଆ, ଭାରତ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଏବଂ ବେଲାରୁସ ଅନ୍ତର୍ଭୁକ୍ତ ଅଛନ୍ତି।

ଏହା ୟୁରୋପ ଏବଂ ଏସିଆର ଦେଶମାନଙ୍କର ଏକ ସଂଗଠନ। ଏସସିଓର ଆଲୋଚନା ମୁଖ୍ୟତଃ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ଉପରେ କେନ୍ଦ୍ରିତ। ଏକ ରାଜନୈତିକ ଏବଂ ଆର୍ଥିକ ସଂଗଠନ ଭାବରେ ଏସସିଓ ପରିଚିତି ହାସଲ କରିଛି। ଏହି ସଂଗଠନ ପ୍ରଥମେ ସାଂଘାଇ-୫ ନାମରେ ପରିଚିତି ହାସଲ କରିଥିଲା। ପରେ ଏହାକୁ ଏସସିଓ ଭାବେ ନାମକରଣ କରାଯାଇଥିଲା। ୧୦ ଦେଶ ଯୋଡିହେବା ସହିତ ଏହି ସଂଗଠନ ବିଶ୍ୱ ଜନସଂଖ୍ୟାର ୪୨ ପ୍ରତିଶତ ପ୍ରତିନିଧିତ୍ୱ କରୁଛି। ଏହା ସହିତ ସଦସ୍ୟ ଦେଶଗୁଡ଼ିକର ଜିଡିପି ବିଶ୍ୱର ଜିଡିପିର ପ୍ରାୟ ଏକ-ଚତୁର୍ଥାଂଶକୁ ପ୍ରତିନିଧିତ୍ୱ କରେ। ବିଶ୍ୱ ବାଣିଜ୍ୟରେ ସଦସ୍ୟ ଦେଶମାନଙ୍କର ଅଂଶ ପ୍ରାୟ ୧୫ ପ୍ରତିଶତ ରହିଛି।ଏହା ଦ୍ବାରା ତିକ୍ତ ହୋଇଥିବା ସମ୍ପର୍କରେ ପୁଣି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking