26.1 C
Bhubaneswar
Wednesday, October 28, 2026
Homeଓଡିଶାବାତ୍ୟା ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି

ଭୂବନେଶ୍ୱର:  ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ବର୍ଷା ଓ ପବନ ଆଶଙ୍କାରେ ରାଜ୍ୟର ୧୫ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି, କୋରାପୁଟ, କନ୍ଧମାଳ, ଯାଜପୁର ଓ ନୂଆପଡ଼ା ଜିଲ୍ଲାରେ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ।ସେହିପରି ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୩୦ ତାରିଖ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି। ପୁରୀ, କଟକ, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।ଏହି ନିଷ୍ପତ୍ତି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ, ଓଏଭି, ଅଙ୍ଗନବାଡ଼ି ଓ କଲେଜ ପାଇଁ ଲାଗୁ ହେବ। ତେବେ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking