26.1 C
Bhubaneswar
Wednesday, October 28, 2026
Homeଓଡିଶାବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ଦିଘା ସମୁଦ୍ର

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ଦିଘା ସମୁଦ୍ର

ପଶ୍ଚିମବଙ୍ଗ:  ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅଶାନ୍ତ ହୋଇଉଠିଛି ପଶ୍ଚିମବଙ୍ଗର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦିଘା ସମୁଦ୍ର । ସମୁଦ୍ରରେ ଦେଖିବାକୁ ମିଳୁଛି ବଡ଼ ବଡ଼ ଲହଡ଼ି । କୂଳରେ ଥିବା ସୁରକ୍ଷା ପାଚେରିରେ ଜୋର୍‌ରେ ମାଡ଼ ହେଉଛି ଉତ୍ତାଳ ଢେଉ । ସମୁଦ୍ରର ଏଭଳି ଉଗ୍ର ରୂପ ଦେଖି ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ସକାଳୁ ସକାଳୁ ଦିଘା ସମୁଦ୍ରରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ରାତି ସମୟରେ ମଧ୍ୟ ସମୁଦ୍ରର ବଡ଼ ବଡ଼ ଢେଉ କୂଳରେ ଥିବା ସୁରକ୍ଷା ପାଚେରିରେ ଜୋର୍‌ରେ ପିଟି ହେଉଥିଲା । ଏବେ ମଧ୍ୟ ସମୁଦ୍ରର ଗର୍ଜନ ସହ ଉଚ୍ଚ ଲହଡ଼ି କୂଳ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଉଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସମୁଦ୍ର ଏଭଳି ଅଶାନ୍ତ ହୋଇଥିବା କୁହାଯାଉଛି ।

ଦିଘା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ତେବେ ସମୁଦ୍ରର ଏଭଳି ଉତ୍ତାଳ ସ୍ଥିତି ଯୋଗୁଁ ସମୁଦ୍ରକୂଳରେ ବୁଲିବା ବିପଦଜନକ ହୋଇପାରେ । ବିଶେଷ କରି ଉଚ୍ଚ ଢେଉ ହଠାତ୍‌ କୂଳ ଆଡ଼କୁ ମାଡ଼ି ଆସିଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ।ତେଣୁ ପର୍ଯ୍ୟଟକମାନେ ସମୁଦ୍ରକୂଳକୁ ଯିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶକୁ ପାଳନ କରିବା ସହ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଉଛି । ସମୁଦ୍ରର ଉଗ୍ର ରୂପକୁ ଦେଖିବା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ଭିଡ଼ ନକରିବା ମଧ୍ୟ ଜରୁରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking