27.1 C
Bhubaneswar
Saturday, October 31, 2026
Homeଓଡିଶାଆର୍ଦ୍ରଭୂମିର ସଂରକ୍ଷଣ ଓ ସୁପରିଚାଳନା ନିମନ୍ତେ ଷ୍ଟେଟ୍ ୱେଟ୍‌ଲ୍ୟାଣ୍ଡସ୍ ଅଥରିଟିର ପଞ୍ଚମ ବୈଠକ

ଆର୍ଦ୍ରଭୂମିର ସଂରକ୍ଷଣ ଓ ସୁପରିଚାଳନା ନିମନ୍ତେ ଷ୍ଟେଟ୍ ୱେଟ୍‌ଲ୍ୟାଣ୍ଡସ୍ ଅଥରିଟିର ପଞ୍ଚମ ବୈଠକ

ଭୁବନେଶ୍ୱର: ରାଜ୍ୟର ଆର୍ଦ୍ରଭୂମିଗୁଡ଼ିକର ସଂରକ୍ଷଣ ଓ ସୁପରିଚାଳନାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ଲୋକସେବା ଭବନଠାରେ ଷ୍ଟେଟ୍ ୱେଟ୍‌ଲ୍ୟାଣ୍ଡସ୍ ଅଥରିଟି, ଓଡ଼ିଶାର ପଞ୍ଚମ ବୈଠକ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ, ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ,ଡଃ କେ. ମୁରୁଗେଶନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ଶ୍ରୀ ପ୍ରେମ କୁମାର ଝାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ଓଡ଼ିଶା ଜୈବ ବିବିଧତା ବୋର୍ଡ ଏବଂ ଓର୍‌ସାକ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଅଥରିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପୃକ୍ତ ଡିଏଫ୍‌ଓମାନଙ୍କୁ ସଦସ୍ୟ-ଆବାହକ ଭାବେ ନେଇ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ  ୱେଟ୍‌ଲ୍ୟାଣ୍ଡ କମିଟି ଗଠନ ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା। ଏଥିସହ ଆର୍ଦ୍ରଭୂମି ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ପ୍ରକ୍ରିୟାକରଣ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଓପିଜିସି (OPGC)ର ୧,୩୨୦ ମେଗାୱାଟ୍‌ ବିଶିଷ୍ଟ ଆଇବି ଥର୍ମାଲ୍‌ ଏକ୍ସପାନ୍‌ସନ୍ ପ୍ରକଳ୍ପ, ହୀରାକୁଦଠାରେ ପ୍ରାୟ ୩,୫୦୦ ମେଗାୱାଟ୍‌ ଏବଂ ଅପର ଇନ୍ଦ୍ରାବତୀଠାରେ ୨୨୫ ମେଗାୱାଟ୍‌ (ପ୍ରଥମ ପର୍ଯ୍ୟାୟ) କ୍ଷମତା ବିଶିଷ୍ଟ ଗ୍ରିଡ୍‌କୋ (GRIDCO)ର ଫ୍ଲୋଟିଙ୍ଗ ସୋଲାର ପ୍ରକଳ୍ପଗୁଡ଼ିକ ସମେତ ୨ ମେଗାୱାଟ୍‌/୮ ମେଗାୱାଟ୍‌ ଆୱାର୍‌ ବ୍ୟାଟେରୀ ଷ୍ଟୋରେଜ ବ୍ୟବସ୍ଥା ସହିତ ଓପିଜିସିର ୧୦ ମେଗାୱାଟ୍‌ ବିଶିଷ୍ଟ ଇନ୍‌ଟେକ୍‌ ଚ୍ୟାନେଲ୍‌ ଫ୍ଲୋଟିଙ୍ଗ ସୋଲାର ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ବିଚାରବିମର୍ଶ କରାଯାଇଥିଲା। ଏଥିସହ ବୈଠକରେ ଆର୍ଦ୍ରଭୂମିଗୁଡ଼ିକର ସଂରକ୍ଷଣ, ପରିବେଶଗତ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରଚଳିତ ଆଇନଗତ ଓ ବିଧିଗତ ବ୍ୟବସ୍ଥାର ଅନୁପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking