ସମ୍ବଲପୁର: ଲାଞ୍ଚ ନେବା ଅଭିଯୋଗରେ ବନ୍ଧାହେଲେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସବ୍-ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତ। ଏକ ମାମଲାର ଫାଇନାଲ୍ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁପଡ଼ିଥିଲେ ସବଇନ୍ସପେକ୍ଟର ।ତେବେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାସହ ଥାନା ପରିସର ରେଷ୍ଟରୁମରୁ ବି ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା। ଏନେଇ ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା । ଗିରଫ ଅଭିଯୁକ୍ତ ସୁଜିତ କୁମାର ମହାନ୍ତଙ୍କୁ ସମ୍ବଲପୁରର ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଅଦାଲତରେ ହାଜର କରାଯିବ । ଏହି ଘଟଣାକୁ ନେଇ ପୁଲିସ୍ ବିଭାଗରେ ଏବେ ଚର୍ଚ୍ଚା ଜୋର୍ ଧରିଛି ।










