31.1 C
Bhubaneswar
Tuesday, November 3, 2026
Homeଓଡିଶାସମସ୍ୟା ଯେତେ ଗମ୍ଭୀର ହେଲେ ବି ବିଜେପି ମନ୍ତ୍ରୀମାନଙ୍କର ଯାଏଆସେ ନାହିଁ: ଭକ୍ତ

ସମସ୍ୟା ଯେତେ ଗମ୍ଭୀର ହେଲେ ବି ବିଜେପି ମନ୍ତ୍ରୀମାନଙ୍କର ଯାଏଆସେ ନାହିଁ: ଭକ୍ତ

ଭୁବନେଶ୍ୱର:  ଏ ସରକାର ଉପରେ ବିଶ୍ବାସ ଥିଲେ ବନ୍ୟାରେ ସର୍ବସ୍ବାନ୍ତ ହୋଇଥିବା ଶେରଗଡ଼ ବ୍ଲକ୍‌ର ଚାଷୀ ଅର୍ଜୁନ ପଣ୍ଡା ଆତ୍ମହତ୍ୟା କରି ନ ଥା’ନ୍ତେ। ବନ୍ୟାର ସବୁ ଧୋଇହୋଇଯିବାର ୭୨ ଘଣ୍ଟା ଯାଏ ମଧ୍ୟ ସରକାର ବା ଜିଲ୍ଲା ପ୍ରସାଶନର ସୋରଶବ୍ଦ ବନ୍ୟାଂଚଳରେ ନ ଶୁଭିବାରୁ ଚାଷୀକୂଳ ହତାଶ ହେବା ସ୍ବାଭାବିକ। ସେଥିପାଇଁ ସେ ସେଭଳି ଚରମ ନିଷ୍ପତ୍ତି ନେଲେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ଏକ ପ୍ରେସ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ରାଜ୍ୟ ପ୍ରଭାବିତ ହେଉଥିବା କୌଣସି ପ୍ରସଙ୍ଗରେ ମଧ୍ୟ ସରକାର ଗମ୍ଭୀର ନୁହନ୍ତି। କୋଟିଆରେ ଯାଇ କେବଳ ପ୍ରଟୋକଲ ଓ ଚାକଚକ୍ୟକୁ ଅଗ୍ରାଧିକାର ଦେଇ ପୁଲିସ ତାଙ୍କୁ ସାଲ୍ୟୁଟ ଠୁଙ୍କୁ ଓ ଗାର୍ଡ଼-ଅଫ୍-ଅନର ଦେଉ ବୋଲି ମନ୍ତ୍ରୀ ଆଗ୍ରହ ପ୍ରକାଶ କରିବା ଯେଭଳି ବାଚାଳାମି ଥିଲା, ଆକାଶ ମାର୍ଗରୁ ବନ୍ୟାଂଚଳ ପରିଦର୍ଶନ ପାଇଁ ହେଲିକପ୍ଟରରେ ଚଢ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ମଧ୍ୟାହ୍ନ ଭୋଜନ ପାଇଁ ତତ୍ପରତା ପ୍ରକାଶ କରିବା ସେଭଳି ଅଶୋଭନୀୟ ଥିଲା। ଏବେ ତାଙ୍କ ସରକାରଙ୍କର ଆଉ ଜଣେ ମନ୍ତ୍ରୀ ରବିନାରାୟଣ ନାୟକ ଏକ ଅତ୍ୟନ୍ତ ହାସ୍ୟାସ୍ପଦ କାଣ୍ଡକାରନାମା କରିଛନ୍ତି। କନ୍ଧମାଳରେ ମାଟି ଅତଡ଼ା ଖସି ବିପର୍ଯ୍ୟୟ ସୃଷ୍ଟି ହୋଇଥିବା ସ୍ଥାନ ପରିଦର୍ଶନ ବେଳେ କାଦୁଅ ପାଣିରେ ନିଜ ଜୋତା ଖରାପ ହୋଇଯିବ ବୋଲି ମନ୍ତ୍ରୀ ନିଜ ପିଏସ୍‌ଓଙ୍କ କାନ୍ଧରେ ଲାଉ ହୋଇ ଯିବାକୁ ପସନ୍ଦ କରିବା ଏମାନଙ୍କ ସମ୍ବେଦନଶୂନ୍ୟତାକୁ ଦର୍ଶାଉଛି ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଲୋକେ ବନ୍ୟା ଓ ମାଟିଅତଡ଼ା ଖସିବାଜନିତ ବିପର୍ଯ୍ୟୟ ଯୋଗୁଁ ନାହିଁ ନ ଥିବା ଦୂର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଥିବା ବେଳେ ମନ୍ତ୍ରୀଙ୍କ ଏଭଳି ଆଚରଣରେ ରାଜ୍ୟବାସୀ ମର୍ମାହତ ବୋଲି ସେ ପ୍ରକାଶ କରିଛନ୍ତି।

ବନ୍ୟା ପ୍ରଭାବିତଙ୍କ ପରିବାରକୁ ୫୦ କିଲୋ ଚାଉଳ ଓ ମାତ୍ର ଅଢ଼ଇ ହଜାର ଟଙ୍କାର ସହାୟତା ‘ସମୁଦ୍ରକୁ ଶଙ୍ଖେ’ ଛଡ଼ା କିଛିନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି। ଗଂଜାମ ଓ ଗଜପତିର ୨୭ ବ୍ଲକ୍‌ର ୪ ଲକ୍ଷ ୩୫ ହଜାର ହେକ୍ଟର ମଧ୍ୟରୁ ୫୫ ଭାଗ ଜମି ନଷ୍ଟ ହୋଇଯାଇଥିବା ଆମ ପିସିସି କମିଟି ଦେଖିଛନ୍ତି। ହେକ୍ଟର ପିଛା ୪୦ କ୍ବିଣ୍ଟାଲ ଧାନ ହିସାବରେ ଆକଳନ କରି ସରକାର ଅନ୍ନଦାତାମାନଙ୍କୁ ସହାୟତା ଘୋଷଣା କରିବା କଥା। ତାହା ନ କରି ଅତ୍ୟନ୍ତ ନଗଣ୍ୟ ସହାୟତା କାହାପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking