31.1 C
Bhubaneswar
Tuesday, November 3, 2026
Homeଦେଶ ବିଦେଶହାଇକୋର୍ଟରେ କ୍ଷମା ମାଗିଲେ ଇମ୍ରାନ ଖାନ

ହାଇକୋର୍ଟରେ କ୍ଷମା ମାଗିଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ଆଣ୍ଟି-SIR ଆନ୍ଦୋଳନରେ ସାମିଲ ହେବା ଘଟଣାକୁ ନେଇ ବମ୍ବେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି ଅଭିନେତା ଇମ୍ରାନ ଖାନ । ଭବିଷ୍ୟତରେ ଏଭଳି କୌଣସି ରାଜନୈତିକ ଆନ୍ଦୋଳନରେ ସାମିଲ ନହେବାକୁ ମଧ୍ୟ ଅଦାଲତଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ପ୍ରତିବାଦରେ ଉପସ୍ଥିତ ଥିଲେ ଇମ୍ରାନ। ଏହାପରେ ମୁମ୍ବାଇ ପୁଲିସ ତାଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲା ।

 ଇମ୍ରାନ ଆମେରିକାର ନାଗରିକ ହେବା ସହ ଓସିଆଇ କାର୍ଡଧାରୀ। ଏହି ଘଟଣା ପରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ପକ୍ଷରୁ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଅଦାଲତ ଇମ୍ରାନଙ୍କ ପକ୍ଷ ଶୁଣିବାକୁ FRROକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭାରତ ଛାଡ଼ିବା ନେଇ ଜାରି ନୋଟିସ୍ ଉପରେ ଲାଗିଥିବା ରୋକକୁ ଡିସେମ୍ବର ୭ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ଆସନ୍ତା ଡିସେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking