28.1 C
Bhubaneswar
Thursday, November 5, 2026
Homeଓଡିଶାକୋଟିଆରେ ଆନ୍ଧ୍ରର ଉଦ୍ୟମ ବିଫଳ: ରାଜସ୍ୱ ମନ୍ତ୍ରୀ

କୋଟିଆରେ ଆନ୍ଧ୍ରର ଉଦ୍ୟମ ବିଫଳ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : କୋଟିଆ ପ୍ରସଙ୍ଗ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ । କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା ଦେଇଛନ୍ତି। କୋଟିଆର କିଛି ଗାଁରୁ ଅଳ୍ପ ସଂଖ୍ୟକ ଲୋକ ଆନ୍ଧ୍ରପ୍ରଦେଶରେ ଭୋଟ ଦେବାକୁ ଯାଇଥିବାର ସୂଚନା ମିଳିଛି।ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ଲୋକଙ୍କୁ ଆନ୍ଧ୍ର ସରକାର ଆଗୁଆ ନେଇ ନିଜ ହେପାଜତରେ ରଖିଥିଲେ। ସେମାନଙ୍କୁ ପ୍ରଲୋଭିତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ପୋଲିସ ନଜର ଏଡ଼ାଇ ଜଙ୍ଗଲ ରାସ୍ତା ଦେଇ ଲୁଚିଛପି ଯାଇ ସେମାନେ ଭୋଟ ଦେଇଥିବା ମନ୍ତ୍ରୀ କହିଛନ୍ତି। ତେବେ ଭୋଟ ଦେବାକୁ ଯାଇଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ବୋଲି ସେ ସ୍ପଷ୍ଟ କରିଛନ୍ତି।ଅନ୍ୟପଟେ ଭୋଟ ଦେଇ ଫେରିବା ସମୟରେ ଗାଁରେ ଜଗି ରହିଥିବା ଅନ୍ୟ ଲୋକମାନେ ସେମାନଙ୍କୁ ଭର୍ତ୍ସନା କରିଥିବା ମନ୍ତ୍ରୀ କହିଛନ୍ତି। ଆନ୍ଧ୍ର ସରକାରଙ୍କ ଏହି ଉଦ୍ୟମ ବିଫଳ ହୋଇଥିବା ଦାବି କରିଛନ୍ତି ସୁରେଶ ପୂଜାରୀ। କୋଟିଆରେ ଓଡ଼ିଶାର ସ୍ଥିତି ଓ ସ୍ୱାଭିମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ସରକାର ସଜାଗ ଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking