24.1 C
Bhubaneswar
Monday, November 16, 2026
Homeଓଡିଶା୧୧ ବର୍ଷ ତଳେ ଘର ପୋଡିଥିଲା: ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

୧୧ ବର୍ଷ ତଳେ ଘର ପୋଡିଥିଲା: ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା । ୧୧ ବର୍ଷ ତଳେ ଘର ପୋଡି ଦେଇଥିଲା , ଆଜି ସକାଳୁ ଏକାକୀ ପାଇ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କଲା ଯୁବକ । ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ କରଞ୍ଜିଆପାଳ ଗାଁ ର ଭଗବାନ ପେଣ୍ଠେଇ । ଘଟଣାଟି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପାତନା ହାଟ ପିଣ୍ଡି ଛକ ଠାରେ ଘଟିଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।ପୂର୍ବ ଶତୃତାକୁ କେନ୍ଦ୍ରକରି ୨୦୧୫ ମସିହାରେ ଚମ୍ପାପାଳ ଗାଁ ର ଅଭିଯୁକ୍ତ ଭଗବାନଙ୍କ ଘର ପୋଡି ଦେଇଥିଲା ପୋଲିସ୍ ନିକଟରେ ଅଭିଯୋଗ ପରେ ଘରପୋଡି ମାମଲା ଏବେ ମଧ୍ୟ କୋର୍ଟରେ ବିଚାରାଧିନ ରହିଛି । କୋର୍ଟ ମାମଲାକୁ କେନ୍ଦ୍ରକରି ରାଗରଖି ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ କରିଥିବା ସଂନ୍ଦେହ କରିଛନ୍ତି ପରିବାର ଲୋକେ । ପୋଲିସ୍ ପୁରା ମାମଲାର ଯାଞ୍ଚ କରିବାସହ ଅଭିଯୁକ୍ତ ଯୁବକକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking