– ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଓ ସୁସଂଗଠିତ କରିବା ପାଇଁ ବିଭିନ୍ନ ଉଦ୍ଧାରକାରୀ ଦଳ, ବୈଷୟିକ ଉପକରଣ ଓ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏହି ସ୍ଥଳରେ ନିୟୋଜିତ ଟିମ୍ ଓ ଉପକରଣର ବିବରଣୀ ନିମ୍ନରେ ପ୍ରଦତ୍ତ ହୋଇଛି ।
୧. ନିୟୋଜିତ ଉଦ୍ଧାରକାରୀ ଦଳ :
SoG (Special Operations Group): ୨ଟି ଟିମ୍ର ୪୨ ଜଣ ସଦସ୍ୟ।
ODRAF : ଗୋଟିଏ ଟିମ୍ର ୧୫ ଜଣ ସଦସ୍ୟ।
NDRF : ୨ଟି ଟିମ୍ର ୩୪ ଜଣ ସଦସ୍ୟ, ୪ ଜଣ ଅଧିକାରୀ ଏବଂ
୨ଟି ସନ୍ଧାନୀ କୁକୁର (Rocky ଓ Vicky)।
ଅଗ୍ନିଶମ ସେବା : ୩୫ ଜଣ କର୍ମଚାରୀ ଏବଂ ୧ଟି ସନ୍ଧାନୀ କୁକୁର (Sultan)।
ରେଳବାଇ ବିଭାଗ : ୩୫ ଜଣ କର୍ମଚାରୀ।
ପ୍ରାଣୀ ସମ୍ପଦ ବିଭାଗ : ୧ଟି ଟିମ୍ର ୧୨ ଜଣ ସଦସ୍ୟ।
୨. ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ଓ ବୈଷୟିକ ଉପକରଣ :
ଅଗ୍ନିଶମ ସେବା : ୧ଟି ଜେନେରେଟର ସେଟ୍।
ରେଳବାଇ ବିଭାଗ : ୧ଟି ଜେନେରେଟର ସେଟ୍, ୨ଟି ଡ୍ରିଲ୍ ମେସିନ୍ ଏବଂ ୧୦୦ଟି ବ୍ଲାଷ୍ଟିଂ ଜେଲାଟିନ୍ ଷ୍ଟିକ୍।
NDRF : ୧ଟି ଲାଇଫ୍ ଡିଟେକ୍ଟର ଏବଂ ୧ଟି ରାଡାର ଉପକରଣ।
ODRAF : ୧ଟି ଡ୍ରିଲ୍ ମେସିନ୍।
୩. ସ୍ଥାନୀୟ ଶ୍ରମିକଙ୍କ ସହଯୋଗ :
– ଉଦ୍ଧାର କାର୍ଯ୍ୟକୁ ଅଧିକ ତୀବ୍ର ଓ ପ୍ରଭାବଶାଳୀ କରିବା ପାଇଁ ସ୍ଥାନୀୟ ଶ୍ରମିକମାନେ ମଧ୍ୟ ଉଦ୍ଧାରକାରୀ ଦଳଗୁଡ଼ିକ ସହ ମିଶି କାର୍ଯ୍ୟରେ ସହଯୋଗ କରୁଛନ୍ତି।
– ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମ, ଅତ୍ୟାଧୁନିକ ସନ୍ଧାନୀ ଉପକରଣ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ରହିଛି।










