31.1 C
Bhubaneswar
Wednesday, November 4, 2026
Homeଦେଶ ବିଦେଶସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ :  ଲଦାଖରେ ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ସ୍କୁଲ୍‌କୁ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ନୋଟିସ୍ ଜାରି କରିଛି ଲଦାଖ ପ୍ରଶାସନ । ଲେହର ଫିୟାଙ୍ଗରେ ଥିବା ଡେଜର୍ଟ ଫ୍ଲାୱାର ସ୍କୁଲ୍‌ରେ ତୁରନ୍ତ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋନମ ୱାଙ୍ଗଚୁକ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟାନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭ୍ସ ବା HIAL ଅଧୀନରେ ଏହି ସ୍କୁଲ୍ ପରିଚାଳିତ ହେଉଛି । ନଭେମ୍ବର ୧ ତାରିଖରେ ଲେହ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ HIALର ସହ-ପ୍ରତିଷ୍ଠାତା ତଥା ସିଇଓ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କୁ ଏହି ନୋଟିସ୍ ପଠାଯାଇଛି । ସେ ହେଉଛନ୍ତି ସୋନମ ୱାଙ୍ଗଚୁକ୍‌ଙ୍କ ପତ୍ନୀ ।ପ୍ରଶାସନର କହିବା ଅନୁଯାୟୀ, ଆବଶ୍ୟକୀୟ ଅନୁମତି, ଏନ୍‌ଓସି ଏବଂ ସରକାରୀ ମଞ୍ଜୁରୀ ନନେଇ ସ୍କୁଲ୍‌ରେ ପାଠପଢ଼ା ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ପ୍ରଶାସନ ଆପତ୍ତି ଉଠାଇଛି । ତେବେ ଏହି ମାମଲା ପଛରେ ରହିଛି ଜମି ବିବାଦ । HIALକୁ ଆବଣ୍ଟନ କରାଯାଇଥିବା ୧୦୭୬ କନାଲ ଜମି, ଅର୍ଥାତ୍ ପ୍ରାୟ ୧୩୪.୫ ଏକର ଜମିର ଆବଣ୍ଟନକୁ ପ୍ରଶାସନ ବାତିଲ କରିଥିଲା । ଏହି ନିଷ୍ପତ୍ତିକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking